26.1 C
Bhubaneswar
Wednesday, February 11, 2026
Homeଖେଳକଳିକେଶ ସିଂହଦେଓ ଏନ୍‌ଆର୍‌ଏଆଇ ସଭାପତି ନିଯୁକ୍ତ

କଳିକେଶ ସିଂହଦେଓ ଏନ୍‌ଆର୍‌ଏଆଇ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ: କଳିକେଶ ନାରାୟଣ ସିଂହ ଦେଓ ଶନିବାର ସ୍ଥାନୀୟ କନ୍‌ଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଆୟୋଜିତ ନିର୍ବାଚନରେ ଭିକେ ଧଳଙ୍କୁ ୩୬-୨୧ ଭୋଟ୍‌ରେ ହରାଇ ଭାରତୀୟ ଜାତୀୟ ରାଇଫଲ୍ ଆସୋସିଏସନ୍ (ଏନ୍‌ଆର୍‌ଏଆଇ) ସଭାପତି ନିର୍ବାଚିତ ହୋଇଛନ୍ତି। ସରକାରଙ୍କ ଜାତୀୟ କ୍ରୀଡ଼ା ନୀତି (ଏନ୍‌ଏସ୍‌ଜି) ଅନୁସାରେ ଗତବର୍ଷ ଏପ୍ରିଲ୍‌ରେ ରଣୀନ୍ଦର ସିଂହ ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ଏବଂ ବରିଷ୍ଠ ଉପସଭାପତି ତଥା ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ଏନ୍‌ଆର୍‌ଏଆଇ ଦୈନନ୍ଦିନ କାର୍ଯ୍ୟ ତଦାରଖ କରିଆସୁଥିଲେ। ମହାସଂଘର କାର୍ଯ୍ୟକାରୀ ମୁଖ୍ୟ ଭାବେ କଳିକେଶଙ୍କ କାର୍ଯ୍ୟକାଳରେ ଭାରତ ପ୍ୟାରିସ୍ ଅଲିମ୍ପିକ୍ସରେ ତିନିଟି ବ୍ରୋଞ୍ଜ୍ ପଦକ ଜିତିଥିଲା। ଏହା ପୂର୍ବରୁ ଭାରତ ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଶୁଟିଂରେ କୌଣସି ପଦକ ଜିତିପାରି ନଥିଲା। କଳିକେଶ ୨୦୨୫ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ପର୍ଯ୍ୟନ୍ତ ଏନ୍‌ଆର୍‌ଏଆଇ ସଭାପତି ଭାବେ ଦାୟିତ୍ୱରେ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking