32.1 C
Bhubaneswar
Wednesday, October 16, 2024
Homeଅପରାଧଅପହରଣ ମାମଲା : ବାବାଙ୍କୁ ଉଠାଇ ନେଲା ପୋଲିସ

ଅପହରଣ ମାମଲା : ବାବାଙ୍କୁ ଉଠାଇ ନେଲା ପୋଲିସ

ତିଗିରିଆ : ଯୁବତୀ ଅପହରଣ ମାମଲାରେ ବାବାଙ୍କୁ ଉଠାଇ ନେଇଛି ଢେ଼ଙ୍କାନାଳ ପୋଲିସ୍। କଟକ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ାର ଏକ ଆଶ୍ରମରୁ ବାବା କୈବଲ୍ୟ ଜାନିଙ୍କୁ ଉଠାଇ ନେଇଛି ଢେଙ୍କାନାଳ ପୋଲିସ୍ । ଗତ ୭ ତାରିଖରେ ଅପହୃତା ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଜାରୀ ରଖିଥିଲା ପୋଲିସ୍ ।

ଆଜି ଘଟଣାସ୍ଥଳରେ ଢେଙ୍କାନାଳ ସଦର ଏସଡିପିଓଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୁଲିସ ସହାୟତାରେ ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରେ ଚଡାଉ କରିଥିଲା। ବାବା କୈବଲ୍ୟ ଜାନିଙ୍କୁ ଗିରଫ କରିବା ସହ ତାଙ୍କ କାରକୁ ମଧ୍ୟ ଜବତ କରିଛି । ଚଡାଉ ସମୟରେ ବାବାଙ୍କ କାରରୁ ଆପତ୍ତିଜନକ ସାମଗ୍ରୀ ସହିତ ଯୁବତୀଙ୍କ ସହିତ କିଛି ଅନ୍ତରଙ୍ଗ ଫଟୋ ଓ ଜିନସ ପ୍ୟାଣ୍ଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking