21.1 C
Bhubaneswar
Tuesday, February 24, 2026
Homeଅପରାଧଯୁବକଙ୍କୁ ଅପହରଣ କରି ମାଡ଼ ମାରିବା ଘଟଣା: ୫ ଗିରଫ

ଯୁବକଙ୍କୁ ଅପହରଣ କରି ମାଡ଼ ମାରିବା ଘଟଣା: ୫ ଗିରଫ

ଭୁବନେଶ୍ୱର: ଜମି ବିବାଦକୁ ନେଇ ବ୍ୟବସାୟୀ ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରି ମାଡ଼ ମାରିବା ଘଟଣାରେ ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ମାମଲା ହୋଇଥିଲା । ଏନେଇ ସନ୍ତୋଷଙ୍କ ପତ୍ନୀ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗ ଆଧାରରେ କମିସନରେଟ ପୋଲିସ ବିଭିନ୍ନ ଅଞ୍ଚଳରେ ରେଡ୍ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଅପହରଣରେ ବ୍ୟବହୃତ ଗାଡ଼ି ମଧ୍ୟ ଠାବ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ।ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ବରିମୁଣ୍ଡ ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେବା ପରେ ହତ୍ୟା ଉଦ୍ୟମ କରିଥିଲେ । ଗତକାଲି ଏହି ଘଟଣା ଆସିଥିଲା ସିସିଟିଭି ଫୁଟେଜ । ଏଥିରେ ଦେଖିବାକୁ ମିଳିଥିଲା ଯେ ଏକ ବୋଲେରୋ ଗାଡିରେ ଯୁବକଙ୍କୁ ଅପହରଣ କରିନେଇଥିଲେ ଅଭିଯୁକ୍ତ । ଏହି ପରିପେକ୍ଷୀରେ ୫ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ନେଇ ଡିସିପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking