14.1 C
Bhubaneswar
Saturday, December 6, 2025
Homeଓଡିଶାଅପହୃତା ମହିଳା ଉଦ୍ଧାର: ଟ୍ରକ ଡ୍ରାଇଭର ଗିରଫ

ଅପହୃତା ମହିଳା ଉଦ୍ଧାର: ଟ୍ରକ ଡ୍ରାଇଭର ଗିରଫ

ଭଦ୍ରକ: ରାତି ଅଧରେ ବର୍ଷା ଯୋଗୁଁ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ ଜଣେ ମହିଳା । ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଯାଇଥିଲା ଟ୍ରକ୍ ଡ୍ରାଇଭର୍ । ଆଜି ଚରମ୍ପା ରିଜର୍ଭ ଲାଇନରୁ ଅପହୃତା ମହିଳା ଜଣକ ଉଦ୍ଧାର ହୋଇଛନ୍ତି । ସିସିଟିଭି ଯାଞ୍ଚ କରି ଝୁମ୍ପରାରୁ ଅପହରଣକାରୀ ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରି ଟ୍ରକ ଜବତ କରିଛି । ରାନ୍ଦିଆରୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ଡାକ୍ତରୀ ମାଇନା ପାଇଁ ମହିଳାଙ୍କୁ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଚମ୍ପା ଫାଣ୍ଡି ଛକ ନିକଟରେ ଅଟକିଥିଲା ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ୍ । ଏକୁଟିଆ ମହିଳାଙ୍କୁ ଦେଖି ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇଥିଲେ ଏବଂ ଜୋର ଜବରଦସ୍ତ ଅପହରଣ କରି ଟ୍ରକରେ ପଳାଇଥିବା ଦେଖିବାକୁ ମିଳିଥିଲା । ମହିଳା ଜଣକ ମାନସିକ ଅନଗ୍ରସର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking