ମୟୂରଭଞ୍ଜ: ଉଦଯାପିତ ହେଲା ଖିଚିଂ ମହୋତ୍ସବ l ତିନିଦିନ ଧରି ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇ ଯାଇଛି ଖିଚିଂ ମହୋତ୍ସବ l ମୟୂରଭଞ୍ଜର ଐତିହାସିକ ଖିଚିଂ ପୀଠରେ ଗତ ବାରବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି ଖିଚିଂ ମହୋତ୍ସବ l ଚଳିତବର୍ଷ ତେରବର୍ଷରେ ପହଞ୍ଚିବା ସହିତ ଉଦଯାପିତ ହୋଇଯାଇଛି ମହୋତ୍ସବ l ଖିଚିଂ ଠାରେ ରାଜା ରାଜୁଡା ଅମଳରୁ ଶିବରାତ୍ରି ପାଖରୁ ଦଶ/ବାର ଦିନ ଧରି ମେଳା ଲାଗିଥାଏ, କିନ୍ତୁ ଧୀରେ ଧୀରେ ମେଳାର ଲୋକପ୍ରିୟତା କମିବାରେ ଲାଗିଥିଲା ଏଣୁ ମେଳକୁ ଉଦ୍ଜୀବିତ କରିବା ପାଇଁ ମୋହତ୍ସବର ଆୟୋଜନ ହୋଇ ଆସୁଛି l ଚଳିତବର୍ଷ ରାଜ୍ୟସ୍ତରୀୟ ମୋହତ୍ସବ ଆୟୋଜିତ ହୋଇଯାଇଛି l ମହୋତ୍ସବ ରେ ସ୍ଥାନୀୟ କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ ତା ସହିତ ରାଜ୍ୟର ବିଭିନ୍ୟ ଅଞ୍ଚଳରୁ ନିମନ୍ତ୍ରିତ କଳାକାର ମାନେ କଳା ପ୍ରଦର୍ଶନ କରିଥିଲେ l ପ୍ରତ୍ୟେକ ଦିନ ସଂଧ୍ୟାରେ ସେଲିବ୍ରିଟି ମାନେ ଉପସ୍ଥିତ ହୋଇ କଳାର ଯାଦୁରେ ଦର୍ଶକଙ୍କୁ ମନୋରଞ୍ଜନର ଖରାକ ଯୋଗାଇଥିଲେ l ପ୍ରତ୍ୟେକ ଦିନର ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା l










