ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନକିଣା । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ନିଆଯାଇଛି । ୧ମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି, ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ ।










