23.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଖର୍ଗେଙ୍କ ବିବାଦୀୟ ବୟାନ୍‌; ‘ମୁଁ ମଲ୍ଲିକାର୍ଜ୍ଜୁନ ଜ୍ୟୋତିର୍ଲିଙ୍ଗ’

ଖର୍ଗେଙ୍କ ବିବାଦୀୟ ବୟାନ୍‌; ‘ମୁଁ ମଲ୍ଲିକାର୍ଜ୍ଜୁନ ଜ୍ୟୋତିର୍ଲିଙ୍ଗ’

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ଏକ ବୈଠକରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଖର୍ଗେ ନିଜକୁ ଜ୍ୟୋତିର୍ଲିଙ୍ଗଙ୍କ ସହ ତୁଳନା କରିଥିଲେ। ଖର୍ଗେଙ୍କ ଏହି ବିବାଦୀୟ ବୟାନକୁ ବିଜେପି ଏବେ ଏକ ମୁଦ୍ଦା କରିଛି। ପ୍ରକାଶ, ଖର୍ଗେ କହିଥିଲେ, ମୁଁ ଜଣେ ହିନ୍ଦୁ, ମୋ ନାମ ମଲ୍ଲିକାର୍ଜୁନ ଖର୍ଗେ, ମୁଁ ୧୨ଟି ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ମୋ ବାପା ମୋତେ ଏଭଳି ନାମ ଦେଇଛନ୍ତି। ଖର୍ଗେଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ବାକ୍‌ବିତଣ୍ଡା ଆରମ୍ଭ ହୋଇଯାଇଛି।

ଖର୍ଗେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ତାଙ୍କ ଦଳ ଅର୍ଥାତ୍ କଂଗ୍ରେସ ଏକ ଧର୍ମନିରପେକ୍ଷ ରାଜନୈତିକ ଦଳ। ସେହିପରି ସେ ବ୍ୟକ୍ତିଗତ ଭାବେ ମଧ୍ୟ ଚାହାନ୍ତି ଯେ, ଆମେ ସମସ୍ତେ ଏକାଠି ଚାଲିବା। କିନ୍ତୁ ଗଣତନ୍ତ୍ରରେ ମିଳିଥିବା କ୍ଷମତାକୁ ନଷ୍ଟ କରିବା ପାଇଁ ବିଜେପି କାମ କରୁଛି। ବିଜେପି କେବଳ ନୈତିକତା କଥା କହୁଛି, ବରଂ ଅନୈତିକ କାମ କରିଥାଏ। କେତେବେଳେ ସେମାନେ ଇଭିଏମ୍‌ରୁ ଭୋଟ୍ ଚୋରି କରନ୍ତି ତ ଆଉ କେତେବେଳେ ଆପଣଙ୍କ ନିର୍ବାଚିତ ବିଧାୟକଙ୍କୁ ଚୋରି କରିଦିଅନ୍ତି। କେତେବେଳେ ପେନସନ ଚୋରି କରିଥାଏ ତ କେତେବେଳେ ଚାଷୀଙ୍କ ଏମ୍‌ଏସ୍‌ପି ଚୋରି କରିଥାଏ। ତେବେ ବିଜେପି ଖର୍ଗେଙ୍କ ‘ମହାଲିଙ୍ଗ’ ସମ୍ବୋଧନ ଦେଶର କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀ ତଥା ଶିବ ଉପାସକଙ୍କୁ ମର୍ମାହତ କରିଛି ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking