15.1 C
Bhubaneswar
Thursday, January 15, 2026
Homeଓଡିଶାଆସନ୍ତାକାଲିଠୁ ଖଣ୍ଡଗିରି କୁମ୍ଭମେଳା

ଆସନ୍ତାକାଲିଠୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ଦୋବସ୍ତ ହୋଇଛି। ୪ ତାରିଖ ଭୋର୍‌ରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଆସି ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ସେମାନଙ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି। ଜମିଲାଣି ଖଣ୍ଡଗିରିରେ ଲୋକଙ୍କ ସମାଗମ।ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥମାନେ ୯ଦିନ ଧରି ଯଜ୍ଞ କରିବେ। ୯ଦିନ ପର୍ୟ୍ୟନ୍ତ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ।

ପରମ୍ପରାସ୍ୱରୂପ ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଖିରି ଖାଇବେ। ଏହାପରେ ସୂର୍ୟ୍ୟ ଅଗ୍ନି ନେଇ ଆସି କୁମ୍ଭମେଳା ପାଇଁ ଧୂନି ସ୍ଥାପନ କରିବେ। ଏଥିପାଇଁ ଚଳିତ ବର୍ଷ ୧ହଜାର ସାଧୁସନ୍ଥ ଆସିବାର ଯୋଜନା ରହିଥିବା ବେଳେ ଅନେକ ସାଧୁସନ୍ଥ ପହଞ୍ଚି ସାରିଲେଣି। କିଏ ମା’ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଏହା ସହିତ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୂଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ବ୍ୟବସ୍ଥା, ଶ୍ରୀ ହନୁମାନଜୀଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା, ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୂଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ଲାଗି ବ୍ୟବସ୍ଥା ସହ ରାମଚରିତ ମାନସ ଓ ହନୁମାନ ଚାଳିଶା କରାଯିବ।

ସେହିପରି ୯ଦିନ ଧରି ଯଜ୍ଞ ସହ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଉଥିବା ବିଭିନ୍ନ ସେବା ଆଶ୍ରମର ବାବାମାନେ କହିଛନ୍ତି। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି। ଲଳିତ କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ। ଏବେସୁଦ୍ଧା ଓଡ଼ିଶା, ହରିଦ୍ୱାର, ଗୁଜୁରାଟ ଏବଂ ଝାନ୍ସିରୁ ପ୍ରାୟ ୮୦ରୁ ଊର୍ଦ୍ଧ୍ବ ନାଗା ବାବା ଆସି ପହଞ୍ଚିଛନ୍ତି। ଖଣ୍ଡଗିରିମେଳା ପାଇଁ ମୀନାବଜାର ପ୍ରସ୍ତୁତି ହୋଇଯାଇଛି। ଦୋକାନବଜାର ମଧ୍ୟ ଲାଗିଗଲାଣି। ଖଣ୍ଡଗିରି ଉଦୟଗିରି ପାଦଦେଶରୁ ବିଭିନ୍ନ ଷ୍ଟଲ ପଡିଛି। ଖାଇବାଷ୍ଟଲଠାରୁ ଆରମ୍ଭ କରି ଘରସଜ୍ଜା ସାମଗ୍ରୀ ଓ ଗୃହ ଉପକରଣ ସାମଗ୍ରୀ ପାଇଁ ଷ୍ଟଲ ଲାଗିବା ଆରମ୍ଭ ହୋଇଗଲାଣି। ସେହିପରି କୁଲା ବାଉଁଶିଆଠାରୁ ଆରମ୍ଭ କରି ପଥର ଓ ପିତ୍ତଳ ସାମଗ୍ରୀ ଦୋକାନୀ ଆସି ପସରା ମଧ୍ୟ ମେଲାଇସାରିଲେଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking