32.1 C
Bhubaneswar
Saturday, February 14, 2026
Homeଓଡିଶାଖାକିରେ ଲାଗିଲା ଦାଗ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଏସ୍‌ଆଇ ଗିରଫ

ଖାକିରେ ଲାଗିଲା ଦାଗ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଏସ୍‌ଆଇ ଗିରଫ

ଫୁଲବାଣୀ: ଖାକିରେ ଲାଗିଛି ଦାଗ। ଜଣେ ପୁଲିସ ଅଧିକାରୀଙ୍କ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ‌କନ୍ଧମାଳଜିଲ୍ଲା ଗୋଛାପଡ଼ା ଥାନାରେ କାର୍ଯ୍ୟରତ ଜଣେ ହୋମ୍‌ଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୋଛାପଡ଼ା ଥାନାର ପୂର୍ବତନ ସବ୍‌ ଇନସ୍‌ପେକ୍ଟର ତଥା ବର୍ତ୍ତମାନ କୋଟଗଡ଼ ଥାନାରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ସ୍ମୃତିସାଗର ସାମଲ (୪୫)ଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ସୂଚନା ମୁତାବକ ଗତ ୨୦୨୪ ମେ’ ମାସରେ ଗୋଛାପଡ଼ା ଥାନାରେ କାର୍ଯ୍ୟରତ ଜଣେ ହୋମ୍‌ଗାର୍ଡଙ୍କ ପତ୍ନୀ ସେହି ଥାନାରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ସ୍ମୃତିସାଗର ସାମଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏସ୍‌ଆଇ ସ୍ମୃତିସାଗର ତାଙ୍କୁ ନାନା ଉପାୟରେ ପ୍ରଲୋଭନ ଓ ଧମକଚମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ‌ବୋଲି ହୋମ୍‌ଗାର୍ଡଙ୍କ ପତ୍ନୀ ଗୋଛାପଡ଼ା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଏହି ଅଭିଯୋଗକୁ ସେତେବେଳେ ଚାପି ଦିଆଯାଇଥିଲା।

ସମ୍ପୃକ୍ତ ଏସ୍‌ଆଇଙ୍କୁ ଗୋଛାପଡ଼ା ଥାନାରୁ କୋଟଗଡ଼ ଥାନାକୁ ବଦଳି କରାଯାଇଥିଲା। ଏବେ ପୁନର୍ବାର ହୋମ୍‌ଗାର୍ଡଙ୍କ ପତ୍ନୀଙ୍କ ଏତଲା ଆଧାରରେ ଗତକାଲି ଗୋଛାପଡ଼ା ପୁଲିସ କେସ ନଂ ୧୮୬/୨୫ରେ ମାମଲା ରୁଜୁ କରି ଅଭିଯୁକ୍ତ ଏସ୍‌ଆଇ ସ୍ମୃତିସାଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ମୃତିସାଗର ସମ୍ପୃକ୍ତ ହୋମ୍‌ଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବା ସହ ଏ ନେଇ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥି‌ଲେ ବୋଲି ଆଜି ଫୁଲବାଣୀ ଏସ୍‌ଡିଜେଏମ୍‌ କୋର୍ଟର ସରକାରୀ ଓକିଲ ପଙ୍କଜ ବେହେରା ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ପଛରେ ଗଞ୍ଜେଇ କାରବାର ଜଡ଼ିତ ଥିବା ନେଇ ଚାପା ଗୁଞ୍ଜରଣ ହେଉଛି। ଗିରଫ ହୋଇଥିବା ଏସ୍‌ଆଇ ଅତୀତରେ ଗୋଛାପଡ଼ା ଥାନାରେ କାର୍ଯ୍ୟରତ ହୋମ୍‌ଗାର୍ଡଙ୍କ ବିରୋଧ‌ରେ ଗଞ୍ଜେଇ ବ୍ୟବସାୟର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ହୋମ୍‌ଗାର୍ଡ ଏବଂ ସମ୍ପୃକ୍ତ ଏସ୍‌ଆଇଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପୂର୍ବତନ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିକଟକୁ ଏହି ଅଭିଯୋଗ ଆସିବା ପରେ ସେ ସମ୍ପୃକ୍ତ ଏସ୍‌ଆଇଙ୍କୁ ଗୋଛାପଡ଼ାରୁ କୋଟଗଡ଼ ଥାନାକୁ ବଦଳି କରି ଦେଇଥିଲେ ବୋଲି ମଧ୍ୟ ଆଷଳାଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking