24.1 C
Bhubaneswar
Wednesday, January 15, 2025
Homeଓଡିଶାଖାକି ରଖୁନି ବାକି ଦେଉଛି ସେକି : ଯଶିପୁର ଥାନା ଅଧିକାରିଣୀଙ୍କ ଥାର୍ଡଡିଗ୍ରୀରେ ପୀଡିତ ଜନଶୁଣାଣୀ...

ଖାକି ରଖୁନି ବାକି ଦେଉଛି ସେକି : ଯଶିପୁର ଥାନା ଅଧିକାରିଣୀଙ୍କ ଥାର୍ଡଡିଗ୍ରୀରେ ପୀଡିତ ଜନଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କଲେ ଅଭିଯୋଗ

ଯଶିପୁର : ଯଶିପୁର ଥାନା ଅଧିକାରିଣୀଙ୍କ ଜୁଲମ,ତାଙ୍କ ନାମରେ କିଏ କହିଲେ ଥାର୍ଡଡିଗ୍ରୀ ଦେଉଥିବା ଆରକ୍ଷୀ ଅଧିକ୍ଷକ ନିକଟରେ ଅଭିଯୋଗ କୋଲେ ସେଳୁନ ମାଲିକ,ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନାରୁ ,ଗତ ୧୨ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ମାଖନ ବାରିକ(ଭାଲୁ) ନାମକ ଯୁବକଙ୍କୁ ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଭାଲୁର ସେଳୁନକୁ ଆସି ଦୋକାନ ଭିତରୁ ଭାଲୁର କଲର ଧରି ଟାଣିଆଣି ଗୋଇଠା ବିଧା ମାରିବା ପରେ ବିନା କାରଣରେ ଥାନାରେ ଦୁଇ ଘଣ୍ଟା ଅଟକ ରଖିବା ଘଟଣା ଏବେ ଜଶିପୁର ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି, ସୂଚନା ଥାଉକୁ ମାଖନ ବାରିକ ନାମକ ଯୁବକ କିଛିଦିନ ପୂର୍ବରୁ ଥାନା ଅଧିକାରିଣୀ ବଳଦ ଚୋରା ଚାଲାଣ କରୁଥିବା ଗାଡ଼ିରୁ ଚାନ୍ଦାଆଦାୟ କରୁଥିବା ଏକ ଭିଡ଼ିଓ ଭାଇରାଲ କରିଥିବା ଏବଂ ସେଳୁନ ଆସୁଥିବା ଗୋରାଖଙ୍କୁ ଥାନା ଅଧିକାରିଣୀଙ୍କ ବଦଳି ହୋଇ ଯାଇଛି ବୋଲି କହିବା ମହଙ୍ଗା ପଡିଥିଲା, ଥାନା ଅଧିକାରଣୀ ଏହା ଶୁଣି ରାଗ ତମ ତମ ହୋଇ ଆସି ଗତ ୧୨ତାରିଖ ସନ୍ଧ୍ୟା ସମୟରେ ମାଖନ (ଭାଲୁ)ର ସେଳୁନକୁ ଆସି ପିଟିବା ସହିତ ବିନା କୌଣସି ଅଭିଯୋଗରେ ଥାନାରେ ଦୁଇଘଣ୍ଟା ଅଟକ ରଖିବା ନେଇ ଜିଲ୍ଲାପାଳ ଏବଂ ଆରକ୍ଷୀଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ମାଖନଲାଲ ନିଜର ଅଭିଯୋଗ ପତ୍ର ଦାଖଲ କରିଛନ୍ତି, ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ, ତେବେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏହାର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସବିତ ତଦନ୍ତ ପରେ ନ୍ୟାୟ ସୁନିଶ୍ଚିତ ମିଳିବ ବୋଲି ମାଖାନ ବାରିକଙ୍କୁ ଆଶ୍ୱାସନା ଦେଇଛନ୍ତି ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । ତେବେ ଏନେଇ ଜଶିପୁର ଥାନା ଅଧିକାରିଣୀ କହିଛନ୍ତି ଯେ ମାଖନ ଅନ୍ୟ ବ୍ୟକ୍ତିଙ୍କ ପ୍ରରୋଚନାରେ ଆସି ମିଥ୍ୟା ଅଭିଯୋଗ କରିଛନ୍ତି, ସେପରି ମୁଁ କୌଣସି କାର୍ଯ୍ୟ କରି ନାହିଁ ମୁଁ ତାଙ୍କୁ ତାଙ୍କ ଦୋକାନରୁ ପଚରାଉଚରା ପାଇଁ ଆଣି ଛାଡି ଦେଇଛି, ତେବେ ସେ ମୋ ନାମରେ ବିଭିନ୍ନ ସମୟରେ ବହୁ କଟୁ କଥା କହିବା ସହିତ ବଦଳି ହେଇ ଯାଇଥିବା ମିଛ କଥା ମଧ୍ୟ ଲୋକଙ୍କୁ କହୁଥିବା ମୋ ପାଖରେ ଅଭିଯୋଗ ଆସିବାରୁ ମୁଁ ତାଙ୍କୁ ଉଠାଇ ନେଇଥିଲି ମୁଁ ତାଙ୍କୁ ମାଡ଼ଫାଡ ଦେଇ ନାହିଁ ବୋଲି କହିଛନ୍ତି, ସେହିପରି ଜଣେ ଥାନା ଅଧିକାରିଣୀ ବିଚ ରାସ୍ତାରେ ମାଡ଼ ମାରିବା ସହିତ ସାର୍ଟ କଲର ଧରି ଥାନାକୁ ଚଲାଇ ଚଲାଇ ପେଶାଗତ ଅପରାଧୀ ଭଳି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି, ମାତ୍ର ସେଲୁନ୍ ମାଲିକ ମାଖନ ସେପରି କୌଣସି ଜଘନ୍ୟ ଅପରାଧରେ ସଂଶ୍ଲିଷ୍ଟ ନୁହେଁ କିମ୍ବା ଅଭ୍ୟାସଗତ ଅପରାଧୀ ମଧ୍ୟ ନୁହେଁ ଏହା ସତ୍ତ୍ୱେ ବି ତାଙ୍କୁ ହାର୍ଡକୋର କ୍ରିମିନାଲ ଭଳି ପୋଲିସ ଅଧିକାରିଣୀ ପିଡ଼ିତର ସାର୍ଟ କଲର ଧରି ଘୋଷାରି ଘୋଷାରି ଚଲାଇ ନେବା ଆଇନତଃ ଏକ ଅପରାଧ ବୋଲି ଆଲୋଚନା ହେଉଛି। ତେବେ ଆଇନର ରକ୍ଷକ ହୋଇ ନିଜେ ଆଇନ ଉଲଂଘନ କରି ଆଇନ ହାତକୁ ନେବା ଘଟଣା ପୋଲିସ ବିଭାଗ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।ସେହିପରି ଖାକି ପୋଷାକର ଖୋଳପା ଭିତରେ ରହି ଅନ୍ୟକୁ ସୁରକ୍ଷା ପ୍ରଦାନ କରିବାର ନୈତିକଦାୟିତ୍ଵ ବହନ କରୁଥିଲେ ମଧ୍ୟ ଏପରି ପୋଲିସର ନାଲି ଆଖି ଦେଖାଇ ଥାନା ଅଧିକରିଣୀ ଟେକି ନେବା କେତେ ଯୁକ୍ତିଯୁକ୍ତ ଏବଂ ଆଇନ ସଂଙ୍ଗତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି ? ତେବେ ଏଇଘଟଣାର ବିଧିବଦ୍ଧ ତଦନ୍ତ ହେବା ସହିତ ଥାନା ଅଧିକାରିଣୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ମତପ୍ରକାଶ ପାଉଛି, ଅନ୍ୟପଟେ ଖାକିବର୍ଦ୍ଧି ପିନ୍ଧି ଏପରି ରାସ୍ତାକଡ ଗୁଣ୍ଡାଭଳି ଗୁଣ୍ଡାଗୋର୍ଦ୍ଧି କରିବା ଜଶିପୁର ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି, ତେବେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପୀଡ଼ିତର ଲିଖିତ ଅଭିଯୋଗ ପାଇ ଘଟଣା ସମ୍ପର୍କରେ ପଚାରି ବୁଝି ଅବଗତ ହୋଇଥିଲା ବେଳେ ପୋଲିସ ବିଭାଗର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ ପ୍ରଦାନ କରି ଯଶୀପୁର ଥାନା ଅଧିକାରୀଣିଙ୍କ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ ପାଇଁ ବେଆଇନ ପଦକ୍ଷେପ ବିରୋଧରେ ଆଗକୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking