14.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶକେରଳ ଲଟେରୀ ନାଁ ନେଇ ବଡ଼ ଦୁର୍ନୀତି; ଗୁଗଲ୍ ଓ ମେଟାକୁ ନୋଟିସ୍‌

କେରଳ ଲଟେରୀ ନାଁ ନେଇ ବଡ଼ ଦୁର୍ନୀତି; ଗୁଗଲ୍ ଓ ମେଟାକୁ ନୋଟିସ୍‌

ଥିରୁଅନନ୍ତପୁରମ: କେରଳ ଲଟେରୀ ନାଁ ନେଇ ଅନଲାଇନରେ ବଡ଼ ଦୁର୍ନୀତି । ଅନଲାଇନରେ ନକଲି ଲଟେରୀ ବିକ୍ରି କରିବା ଲାଗି କାମ କରୁଥିଲା ୬୦ଟି ଫେକ୍ ଲଟେରୀ ଆପ୍‌, ୨୫ଟି ଫେକ୍ ଫେସବୁକ ପ୍ରୋଫାଇଲ ଓ ୨୦ଟି ୱେବସାଇଟ୍ । ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ କେରଳ ପୋଲିସ ପକ୍ଷରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଓ ମେଟାକୁ ନୋଟିସ ଜାରି କରାଯାଇଛି । ତୁରନ୍ତ ଏହି ଆପ୍ ଓ ବିଜ୍ଞାପନକୁ ହଟାଇବା ଲାଗି କୁହାଯାଇଛି । କେରଳ ଲଟେରୀ ନେଇ ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଫେକ୍ ବିଜ୍ଞାପନକୁ ମଧ୍ୟ ହଟାଇବା ଲାଗି ମେଟାକୁ ନୋଟିସ୍ ଜାରି କରିଛି କେରଳ ପୋଲିସ । ମେଟା ମାଲିକାନା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମରେ ଏହି ଫେକ୍ ବିଜ୍ଞାପନ ପ୍ରସାରିତ ହେଉଛି ।

ଏ ନେଇ କେରଳ ପୋଲିସ ମିଡିଆ ସେଣ୍ଟର ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି । ସାଇବର ପାଟ୍ରୋଲିଂରେ ଏହି ଲଟେରୀ ସ୍କାମ ସମ୍ପର୍କରେ ଜଣାପଡ଼ିବା ପରେ କେରଳ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସାଇବର ପାଟ୍ରୋଲିଂରୁ ଜଣାପଡ଼ିଛି ଯେ ୬୦ଟି ଫେକ୍ ଲଟେରୀ ଆପ୍‌, ୨୫ଟି ଫେକ୍ ଫେସବୁକ ପ୍ରୋଫାଇଲ ଓ ୨୦ଟି ୱେବସାଇଟ୍ ଏହି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ଏହି ଦୁର୍ନୀତି ପଛରେ ଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏଭଳି ଠକେଇ ସାମ୍ନାକୁ ଆସିବା ପରେ କେରଳ ପୋଲିସ ଲୋକଙ୍କୁ ସତର୍କ କରାଇଛି । ଯଦି କୌଣସି ବ୍ୟକ୍ତି ଏପରି ଠକେଇର ଶିକାର ହେଉଛନ୍ତି, ତେବେ ୧୯୩୦ ନମ୍ବରରେ କଲ୍ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking