24.1 C
Bhubaneswar
Thursday, March 12, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ , ବିଭିନ୍ନ ପ୍ରସଙ୍ଗକୁ ନେଇ ହେଲା ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ , ବିଭିନ୍ନ ପ୍ରସଙ୍ଗକୁ ନେଇ ହେଲା ଆଲୋଚନା

କେନ୍ଦୁଝର : ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓଡ଼ିଶା ଭବନଠାରେ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏ ବିଷୟରେ ସୂଚନା ଦେଇ ଏମ୍‌ପି ନାୟକ କହିଛନ୍ତି ଯେ, ସୋମବାର ଅପରାହ୍ନରେ କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସମସ୍ତ କ୍ଷେତ୍ରରେ କେନ୍ଦୁଝରର ବିକାଶ ପାଇଁ କିଭଳି କାର୍ଯ୍ୟ ହୋଇପାରିବ ତାହା ଏହି ଆଲୋଚନାର କେନ୍ଦ୍ରବିନ୍ଦୁ ରହିଥିଲା। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଖଣି ସମେତ ଜିଲାର ରାସ୍ତାଘାଟ ସମସ୍ୟା ଆଦି ଅନେକ ବିଷୟ ଉପରେ ଆଲୋଚନା ହୋଇଥିବା ଏମ୍‌ପି ଅନନ୍ତ ନାୟକ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking