18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକେଜ୍ରିୱାଲଙ୍କୁ ମିଳୁନି ଅଶ୍ଵସ୍ତି ; ଅପେକ୍ଷା କରିବାକୁ ପରାମର୍ଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

କେଜ୍ରିୱାଲଙ୍କୁ ମିଳୁନି ଅଶ୍ଵସ୍ତି ; ଅପେକ୍ଷା କରିବାକୁ ପରାମର୍ଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମଦ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ତାଙ୍କ ଜାମିନ ଆବେଦନ ଉପରେ ଅପେକ୍ଷା କରିବାକୁ କହିଛନ୍ତି। ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ କେଜ୍ରିଓ୍ବାଙ୍କୁ ପରାମର୍ଶ ଦେଇଛନ୍ତି। ଯାହାର ଶୁଣାଣି ଜୁନ୍ ୨୬ରେ ହେବ । ତେବେ ଗତ ସପ୍ତାହରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି ଜାମିନ୍‌ ଉପରେ ରୋକ ‌ଲାଗାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଥିଲେ କେଜ୍ରିୱାଲ୍‌। ଏବେ ସର୍ବୋଚ୍ଚ ନ୍ୟାୟାଳୟ ବି ‘ଅପେକ୍ଷା କର ଓ ଦେଖ’ ବୋଲି କହିବା ପରେ ତାଙ୍କୁ ଜାମିନ୍‌ ମିଳିବାର ସମସ୍ତ ରାସ୍ତା ବନ୍ଦ ହୋଇଯିବା ପରି ମନେହେଉଛି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଏନେଇ ଏକ ପିଟିସନ ଦାଖଲ କରିଥିଲେ।ଏହା ସହିତ ତତ୍କାଳ ଜାମିନ ପାଇଁ ଆବେଦନ ବି କରିଥିଲେ । ହେଲେ ଏହା ଉପରେ ଶୁଶାଣି କରି ଜାମିନ ଅଟକାଇବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପରାମର୍ଶ ଦେିଛନ୍ତି ସୁପ୍ରିମକୋର୍ଟ । ଅଟକାଇବା ବେଳେ କୋର୍ଟ କହିଛନ୍ତି ଯେ ଏହା ଜୁନ୍ ୨୫ ରେ ଘୋଷଣା କରିବ। ଜଷ୍ଟିସ ମନୋଜ ମିଶ୍ର ଏବଂ ଏସ.ଭି ଭଟ୍ଟୀଙ୍କୁ ନେଇ ଏକ ଖଣ୍ଡପୀଠକୁ ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ ବିକ୍ରମ ‌ଚୌଧୁରୀ। ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଉପସ୍ଥିତ ରହିଥିଲେ। ଚୂଡ଼ାନ୍ତ ଶୁଣାଣୀ ଶୀଘ୍ର ହେବ ବୋଲି କହିବା ସହ ଓକିଲ ଅଭିଷେକ ମନୁ ସିଂଘଭୀ ଧୈର୍ଯ୍ୟର ସହ ଅପେକ୍ଷା କରିବାକ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking