11.1 C
Bhubaneswar
Friday, January 16, 2026
Homeଦେଶ ବିଦେଶଜୁଲାଇ ୩ ଯାଏଁ ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ

ଜୁଲାଇ ୩ ଯାଏଁ ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ : ବଢ଼ିଲା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ । ଅବକାରୀ ଦୁର୍ନୀତି ମାମଲାରେ ଜୁଲାଇ ୩ ଯାଏଁ ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ । ଏନେଇ ବୁଧବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ରାୟ ଶୁଣାଇଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲ ଜାମିନ ଆବେଦନର ଶୁଣାଣି କରିଥିଲେ। ପରେ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଥିଲେ। ତେବେ କେଜ୍ରିୱାଲଙ୍କ ଓକିଲ କୋର୍ଟରେ ଇଡି ପକ୍ଷରୁ କରାଯାଇଥିବା ନ୍ୟାୟିକ ହେପାଜତ ବଢ଼ାଇବା ଆବେଦନକୁ ବିରୋଧ କରିଥିଲେ। ହେଲେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇଥିଲେ। ଏବେ ଜୁଲାଇ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ସେବେଠାରୁ ସେ ତିହାର ଜେଲରେ ଅଛନ୍ତି। ତେବେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କଠାରୁ ଜୁନ ୧ ପର୍ଯ୍ୟନ୍ତ ଅସ୍ଥାୟୀ ଜାମିନରେ ଆସିଥିଲେ କେଜ୍ରିୱାଲ। ଭୋଟ ଶେଷ ହେବା ପରଦିନ ଅର୍ଥାତ୍ ଜୁନ ୨ ରେ ସେ ପୁଣିଥରେ ଆତ୍ମସମର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking