27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକୋର୍ଟରେ ବିଗିଡିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା

କୋର୍ଟରେ ବିଗିଡିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ : କୋର୍ଟରେ ଶୁଣାଣି ବେଳେ ଅସୁସ୍ଥ ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କର ସୁଗାର ଲେବୁଲ କମି ଯାଇଥିବା ସୂଚନା ମିଳିଛି । ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଥିଲା । ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଗିରଫ କରିଛି ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି । ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏହାପରେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଶୁଣାଣି ବେଳେ କେଜିୱାଲ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ସହ ପତ୍ନୀ ସୁନୀତା ଉପସ୍ଥିତ ରହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗ ନେଇ ଇଡ଼ି କେଜ୍ରିୱାଲଙ୍କୁ ଗିରଫ କରି ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking