31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶନିର୍ବାଚନ ଲଢ଼ିବେ କେଜ୍ରିଓ୍ୱାଲ୍‌

ନିର୍ବାଚନ ଲଢ଼ିବେ କେଜ୍ରିଓ୍ୱାଲ୍‌

ନୂଆଦିଲ୍ଲୀ: ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେ ପୁଣି ଥରେ ନିର୍ବାଚନ ଲଢ଼ିବେ । ସେହିପରି କାଳକାଜିରୁ ମୈଦାନକୁ ଓହ୍ଲାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ସେ ମଧ୍ୟ ପୁଣି ଏଠୁ ହିଁ ନିର୍ବାଚନ ଲଢ଼ିବେ। ଆପ୍‌ ଜାରି କରିଥିବା ତା’ର ଚତୁର୍ଥ ପ୍ରାର୍ଥୀ ତାଲିକାରୁ ଏହା ଜଣାପଡିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ହେବ । ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି। ସମସ୍ତ ଦଳ ଲାଗି ପଡିଛନ୍ତି। କିଏ କେଉଁଠୁ ନିର୍ବାଚନ ଲଢ଼ିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ଏହାରି ଭିତରେ ଆମ୍‌ ଆଦମୀ ପାର୍ଟି ଗୋଟିଏ ପରେ ଗୋଟିଏ ନିଜ ପ୍ରାର୍ଥୀ ଘୋଷଣା କରି ଚାଲିଛି। ଏବେ ବିଧାନସଭା ନିର୍ବାଚନ ପାଇଁ ଆପ୍‌ ତା’ର ଚତୁର୍ଥ ତଥା ଅନ୍ତିମ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking