ଭୁବନେଶ୍ୱର: ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି । ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗର ବାବୁମାନେ ଧରନ୍ତୁ ଦୁର୍ନୀତି । ସମସ୍ତ ବିଭାଗ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦୁର୍ନୀତିର ମୂଳ କାରଣ ଖୋଜି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଦୁର୍ନୀତି କରୁଛି ତା ଉପରେ କଡା ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।










