ଗୁଣୁପୁର: ଗୁଣୁପୁରରୁ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ମହେନ୍ଦ୍ରତନୟା ନଦୀରେ ବୁଡି କାଉଡିଆଙ୍କ ମୃତ୍ୟୁ ଘଟିଛି । ପୁଟାସିଂ ଥାନା ଦୀନବନ୍ଧୁପୁର ଗାଁ ପାଖରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗଜପତିଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ଉପଲକ୍ଷେ ଭୀମପୁର ଶୈବପୀଠକୁ ଜଳ ଲାଗି ପାଇଁ ଯାଉଥିଲେ, ସେହି ସମୟରେ ଘଟିଛି ଏହି ଅଘଟଣ ।









