26.1 C
Bhubaneswar
Thursday, March 5, 2026
Homeଓଡିଶାଡିଜେକୁ ନେଇ କାଉଡ଼ିଆ ଓ ପୁଲିସ୍‌ ମୁହାଁମୁହିଁ

ଡିଜେକୁ ନେଇ କାଉଡ଼ିଆ ଓ ପୁଲିସ୍‌ ମୁହାଁମୁହିଁ

ରାଉରକେଲା : ରାଉରକେଲାରେ ଘଟିଛି ଅଭାବନୀୟ ଘଟଣା । ଡିଜେ ବଜାକୁ ନେଇ ପାଟିମୁଣ୍ଡ। ଯୁକ୍ତିତର୍କ ବଢ଼ିବାରୁ ମୁହାଁମୁହିଁ ହେଲେ ଶତାଧିକ କାଉଡ଼ିଆ ଓ ପୁଲିସ୍‌ । ଆଜି ଭୋରରୁ ଶତାଧିକ କାଉଡିଆ ଡିଜେ ବଜାଇ ଶୋଭାଯାତ୍ରା କରି ପାଣି ଢାଳିବା ନିମନ୍ତେ ଯାଉଥିଲେ। ମାତ୍ର ଡିଜେ ବାଜିବା ଯୋଗୁ ଶବ୍ଦ ପ୍ରଦ୍ୟୁଷଣ ହେଉଥିବାରୁ ଏହାକୁ ବନ୍ଦ ପାଇଁ କହିଥିଲା ପୁଲିସ । କାଉଡ଼ିଆମାନେ କିନ୍ତୁ ପୁଲିସ୍‌ କଥାକୁ ଏହାକୁ ଖାତିର କରି ନ ଥିଲେ। ଏପରିକି ଏହାକୁ କେନ୍ଦ୍ର କରି ପୁଲିସ ସହ ସେମାନେ ଯୁକ୍ତିତର୍କ କରିବାକୁ ପଛାଇ ନ ଥିଲେ।
ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଚାଲିବାରୁ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁ ଶତାଧିକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଫଳରେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୁଲିସ୍‌ ଡିଜେ ଗାଡ଼ିଗୁଡ଼ିକୁ ଥାନାକୁ ନେଇ ଯାଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ ମୃଦୁ ଲାଠି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସର ପ୍ରତିକିୟା ମିଳି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking