19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଖୋଲିଲା କାଠମାଣ୍ଡୁ ବିମାନବନ୍ଦର: ଫେରୁଛନ୍ତି ଭାରତୀୟ ପର୍ଯ୍ୟଟକ

ଖୋଲିଲା କାଠମାଣ୍ଡୁ ବିମାନବନ୍ଦର: ଫେରୁଛନ୍ତି ଭାରତୀୟ ପର୍ଯ୍ୟଟକ

କାଠମାଣ୍ଡୁ: ହିଂସାତ୍ମକ ଆନ୍ଦୋଳନ ଯୋଗୁଁ  କାଠମାଣ୍ଡୁର ତ୍ରିଭୁବନ  ଅନ୍ତର୍ଜାତୀୟ  ବିମାନବନ୍ଦର ବନ୍ଦ  ରହିତିଲା ।  ୨୪ ଘଣ୍ଟା ପରେ ତାହା ଖୋଲିଛି । ହିଂସା ରୋକିବା ପାଇଁ ସେନା ଦେଶବ୍ୟାପୀ କଟକଣା ଲଗାଇଛି ।  ସଡକରେ ନେତା ମୁତୟନ  ହୋଇ ସ୍ଥିତି ନିୟନ୍ତ୍ରଣ  ଲାଗି ଚେଷ୍ଟା ଚଳାଇଛି ।  ନେପାଳ ବେସାମରିକ  ବିମାନ ଚଳାଚଳ  ପ୍ରଧିକରଣ ପକ୍ଷରୁ ବୁଧବାର ବିବୃତ୍ତିରେ କୁହାଯାଇଛି, ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି  ଆମେ ବିମାନ ଉଡାଣ ବାତିଲ କରିଥିଲୁ ।  ଏବେ ସବୁ କଟକଣା ହଟିଛି, ବୁଧବାର ବିମାନବନ୍ଦର ପୁଣି  ଖୋଲିଛି ।  ତ୍ରିଭୁବନ ବିମାନବନ୍ଦର ସୁରକ୍ଷା  କମିଟିର ନିଷ୍ପତ୍ତିକ୍ରମେ  ଉଡାଣ ଆରମ୍ଭ ହୋଇଛି ।  ଯାତ୍ରୀମାନଙ୍କୁ  ସେମାନଙ୍କ ନିଜ ନିଜ ଦେଶର ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ବିମାନବନ୍ଦର ଖୋଲିବା ପରେ ପର୍ଯ୍ୟଟକମାନେ  ବର୍ତ୍ତମାନ ସଡକ  ମାର୍ଗ ଦେଇ  ଫେରୁଥିବା ଜଣାପଡିଛି ।  ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବୁଧବାର  ମଧ୍ୟ ସେମାନଙ୍କ  ସେବା ବନ୍ଦ ରଖିଛନ୍ତି । ସ୍ଥିତି ସମ୍ପୁଣ୍ଣ ସ୍ୱାଭାବିକ ହେବା ପରେ  ସେବା ଆରମ୍ଭ  ହେବା ନେଇ ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking