22.1 C
Bhubaneswar
Friday, February 6, 2026
Homeଓଡିଶାକାର୍ତ୍ତିକ ପୂର୍ଣ୍ଣିମା: ଉତ୍କଳର ନୌବାଣିଜ୍ୟ ଇତିହାସ ସ୍ମୃତି ଚାରଣ

କାର୍ତ୍ତିକ ପୂର୍ଣ୍ଣିମା: ଉତ୍କଳର ନୌବାଣିଜ୍ୟ ଇତିହାସ ସ୍ମୃତି ଚାରଣ

ଭୁବନେଶ୍ୱର (ସୁବ୍ରତ ଦାସ) : କାର୍ତ୍ତିକ ପୂର୍ଣ୍ଣିମା ଭୋରରୁ ଓଡ଼ିଶାବାସୀ କାଗଜ, ସୋଲ ଓ କଦଳୀ ପଟୁକାରେ ତିଆରି ଡଙ୍ଗା ଭସାଇ ଏବଂ ରାଜନୈତିକ ନେତୃ ବୃନ୍ଦ ତଥା ପ୍ରଶାସନ ବିଭିନ୍ନ ସ୍ଥାନରେ ବନ୍ଦାଣ ଫ୍ଲାଗ୍ ଅଫ୍‌ କରି ଓଡ଼ିଶାର ଗୌରବୋଜ୍ୱଳ ନୌବାଣିଜ୍ୟ ଇତିହାସକୁ ମନେ ପକାଇ ଦେଇଥିଲେ।କାର୍ତ୍ତିକ ପୂର୍ଣ୍ଣମୀ ଦିନ ଭୋର୍‌ରେ ଆବାଳ ବୃଦ୍ଧବନୀତା ବିଭିନ୍ନ ନଦୀ, ପୋଖରୀ ଓ ଜଳାଶୟମାନଙ୍କରେ ଡଙ୍ଗା ଭସାଇ ଥିଲେ।ସକାଳେ ପାରାଦୀପ ଓ ସନ୍ଧ୍ୟାରେ କଟକଠାରେ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣମାଝୀ ଓ ଅନ୍ୟ ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇ ଓଡ଼ିଶାର ନୌବାଣିଜ୍ୟ ଇତିହାସର ସ୍ମୃତିଚାରଣ କରିଥିଲେ।କୁହାଯାଇଥାଏ ଯେ, ଓଡ଼ିଶାର ସାଧବ ପୁଅମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ଓ ଜାହାଜମାନଙ୍କରେ ଜାଭା, ସୁମାତ୍ରା, ବାଲି ଓ ଇଣ୍ଡୋନେସିଆର ବିଭିନ୍ନ ଦ୍ୱୀପମାନଙ୍କୁ ଯାଇ ବାଣିଜ୍ୟ କରୁଥିଲେ। ସେଥିପାଇଁ ସେହିଦିନଠାରୁ ଡଙ୍ଗାଭସା ଓ ବୋଇତ ବନ୍ଦାଣ କରାଯାଉଛି।

ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅମାନଙ୍କ ସାହସର ପ୍ରତୀକ।ଏହା ଆମକୁ ମନେପକାଇ ଦିଏ ଯେ, ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରିବୋଇତନେଇସୁବର୍ଣ୍ଣ ଦ୍ୱୀପ ଓ ଅନ୍ୟ ଦେଶ ସହିତବାଣିଜ୍ୟ ଓ ସାଂସ୍କୃତିକସଂପର୍କସ୍ଥାପନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣମାଝୀ ପାରାଦ୍ୱୀପଠାରେ କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ କରି କହିଥିଲେ। ସେଦିନ ସନ୍ଧ୍ୟାରେ କଟକଠାରେ ବାଲିଯାତ୍ରା ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ କହିଲେ ଯେ, ଓଡ଼ିଶାର ଗୌରବମୟ ଈତିହାସର ସୁନ୍ଦର ଅଧ୍ୟାୟ ହେଉଛି ବାଲିଯାତ୍ରା।ଏହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇଆସୁଛି। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଦିଲ୍ଲୀଠାରେ ନୌବାଣିଜ୍ୟ ସଂକ୍ରାନ୍ତୀୟ ସମିଳନୀ ଉଦ୍‌ଘାଟନ କରି ଓଡ଼ିଶାର ଯୁବକମାନଙ୍କର ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking