25.1 C
Bhubaneswar
Saturday, December 6, 2025
Homeଓଡିଶାଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ପୁରୀ: ଆଜିଠୁ ଆରମ୍ଭ  ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଏଥିପାଇଁ  ୧ ମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି  ପବିତ୍ର ମହାକାର୍ତ୍ତିକ ବ୍ରତ । ହଜାର ହଜାର ହବିଷ୍ୟାଳିଙ୍କ  ସମାଗମରେ ପୁରୀ ସହର ଏବେ ଲୋକାରଣୟ ହୋଇପଡିଛି।  ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି, ହବିଷ୍ୟାଳୀ । ଏଠି ରହି ମାସସାରା ମହାପ୍ରଭୁଙ୍କ ଦର୍ଶନ କରି ହବିଷ ବ୍ରତ  କଲେ ମହାପୁଣ୍ୟ  ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ  କରିଛନ୍ତି  କାର୍ତ୍ତିର ବ୍ରତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଦାମୋଦର  ବେଶ ଦର୍ଶନ  କରି ପାଳନ କରୁଛନ୍ତି ହବିଷ୍ୟ । ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ  ନୀତି ନିର୍ଘଣ୍ଟ ସହ  ସ୍ୱତନ୍ତ୍ର ବ୍ୟବସ୍ଥା  କରାଯାଇଛି ।ଶ୍ରୀମନ୍ଦିରରେ  ପ୍ରତିଦିନ ଭୋର ୪ ଟାରେ ଦ୍ୱାର ଫିଟାଯାଇ ମଙ୍ଗଳଆରତୀ ହେବା ପରେ ରାଧାଦାମୋଦର ବେଶ ଓ ବାଳଧୂପ ନୀତି କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି ।  ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହବିଷ୍ୟାଳିଙ୍କ ରହଣୀସ୍ଥଳରେ ମଧ୍ୟ ବେଶ ଭିଡ ଜମିଛି ହବିଷ୍ୟାଳି ବ୍ରତଧାରୀଙ୍କର । ଚଳିତ ବର୍ଷ  ଅଢେଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ମାଗଣାରେ ରହିବା ପାଇଁ ପୁରୀର ୪ଟି ଜାଗାରେ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking