ସୁବ୍ରତ ଦାସ
ଗତକାଲି ସକାଳୁ ରାଜ୍ୟର ଆବାଳ ବୃଦ୍ଧ ବନୀତା ତଥା ରାଜ୍ୟର ରାଜନୈତିକ ନେତୃତ ୍ୱକାଗଜ, ସୋଲ ଓ କଦଳୀ ପଟୁ କାରେତିଆରି ଡଙ୍ଗା ଭସାଇ ଏବଂ ବୋଇତ ଫ୍ଲାଗ୍ଅଫ୍ କରି ଉତ୍କଳର ନୌବାଣିଜ୍ୟ ଇତିହାସର ଗୌରବୋ ଜ୍ଜଳ ଅଧ୍ୟାୟ ମନେ ପକାଇ ଦେଇଛନ୍ତି । ଗତକାଲି ଭୋରରୁ ଆବାଳ ବୃଦ୍ଧ ବନୀତା ନଦୀ, ପୋଖରୀ ଓ ଜଳାଶୟ ମାନଙ୍କରେ କାଗଜ, ସୋଲ, କଦଳୀ ପଟୁକାରେ ତିଆରି ବୋଇତ ଭସାଇ ଥିଲେ । ପାରାଦୀପ ଠାରେ କଳିଙ୍ଗ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଦ୍ଘାଟନ କରି କହିଲେ ଯେ, ପାରାଦୀପ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ । ଖୁବ୍ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ । ପାରାଦୀପକୁ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ମହାନଦୀରେ କ୍ରୁଜ୍ ଟର୍ମିନାଲ ନିର୍ମିତ ହେବ ।
ଏହି ଦିନଠାରୁ ବାଲି, ସୁମାତ୍ରା, ଜାଭା, ଇଣ୍ଡୋନେସିଆ ପ୍ରଭୃତି ଦ୍ୱୀପକୁ ଉôଳଳର ସାଧବ ପୁଅ ମାନେ ବୋଇତ ମେଲିଥାନ୍ତି । ଗତ ସନ୍ଧ୍ୟାରେ କଟକର ବାଲିଯାତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଥିଲେ ।ଏହା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ବ୍ୟତୀତ ଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ନୌବାଣିଜ୍ୟ ପ୍ରଦର୍ଶନୀରେ ଓଡ଼ିଶା ମଣ୍ଡପ ଭାଗ ନେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମଣ୍ଡପ ମଧ୍ୟ ଉଦ୍ଘାଟନ କରିଛନ୍ତି ।ଏହି ସବୁ କାର୍ଯ୍ୟକଳାପ ଦ୍ୱାରା ଓଡ଼ିଶାର ନୌବାଣିଜ୍ୟ ଇତିହାସକୁ ରୋମନ୍ଥନ କରାଯାଉଛି ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଯୁବକମାନଙ୍କର ଭୂମିକାର ଉଚ୍ଚ ପ୍ରଶଂସା କରିଛନ୍ତି । ପାରାଦୀପରକଳିଙ୍ଗବାଲିଯାତ୍ରାସଂପର୍କରେଉଲ୍ଲେଖକରିମୁଖ୍ୟମନ୍ତ୍ରୀକହିଲେ ଯେ, କଳିଙ୍ଗବାଲିଯାତ୍ରାହେଉଛିଓଡ଼ିଆସାଧବପୁଅଙ୍କସାହସର ପ୍ରତୀକ । ପାରାଦୀପର ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରଂପରାର ଏକ ଅପୂର୍ବ ସମିଶ୍ରଣ ।
ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଉତ୍ସବ । ଏହା ଆମକୁ ମନେ ପକାଇ ଦିଏ ଯେ, ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି, ଜାହାଜ ନେଇ ସୁବର୍ଣ୍ଣଦୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କ ସ୍ଥାପନ କରିଥିଲେ ।
ପାରାଦୀପ ଆଜି ପୂର୍ବଭାରତରବିକାଶରମୁଖଶାଳାଏବଂଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ ।ଏଠାରୁ ଆରମ୍ଭ ହେଉଛି ଆମ ରାଜ୍ୟରଉନ୍ନତି ଓ ବିକାଶର ନୂତନ ଅଧ୍ୟାୟ । ପାରାଦୀପ ବନ୍ଦର ଆଜି ଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଯାହା ଆଜି ଶିଳ୍ପ, ବାଣିଜ୍ୟ ଓ ରୋଜଗାରର ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଥିଲେ । ସେଏହା ମଧ୍ୟ କହିଥିଳେ ଯେ, ଓଡ଼ିଶାସରକାର ଓ ପାରାଦୀପ ବନ୍ଦରକର୍ତ୍ତୃପକ୍ଷମିଳିତଭାବେଗଞ୍ଜାମଜିଲ୍ଲାରବାହୁଦାଠାରେ ୨୧,୫୦୦ କୋଟିଟଙ୍କାବିନିଯୋଗରେ ଏକ ବୃହତବନ୍ଦରଗଢ଼ିବାଯୋଜନାକରୁଛନ୍ତି ।ସେହିପରି, ମହାନଦୀ ମୁହାଣରେ ୨୪ହଜାର ୭୦୦ କୋଟିଟଙ୍କାବିନିଯୋଗରେ ଏକ ଜାହାଜ ନିର୍ମାଣ ଓ ମରାମତିକେନ୍ଦ୍ରସ୍ଥାପନ ହେବ ଓ ପୁରୀଠାରେ ଏକ ବିଶ୍ୱସ୍ତରୀୟକ୍ରୁଜ୍ଟର୍ମିନାଲ୍ଗଢ଼ାଯିବ ।ଏହି ପ୍ରକଳ୍ପଗୁଡ଼ିକଓଡ଼ିଶାରବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପକ୍ଷେତ୍ରକୁ ନୂଆ ଦିଗ ଦେବ ବୋଲିସେ ଆଶାବ୍ୟକ୍ତ କରିଥିଲେ ।
କଟକରେବାଲିଯାତ୍ରା ଗତ ସନ୍ଧ୍ୟାରେ ଉଦ୍ଘାଟନ କରିମୁଖ୍ୟମନ୍ତ୍ରୀକହିଲେ ଯେ, ଓଡ଼ିଶାରଗୌରବମୟଇତିହାସର ଏକ ସୁନ୍ଦର ପରିଚୟହେଉଛିବାଲିଯାତ୍ରା । ଯାହାକାହିଁକେଉଁ ଦିନରୁମହାନଦୀ କୂଳରେ ଅନୁଷ୍ଠିତ ହେଉଛି ।ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ୨କୋଟି ସରକାରୀସହାୟତାକୁ ୧୦କୋଟି ଟଙ୍କାକୁବୃଦ୍ଧିକରାଯାଉଛି ।ଚଳିତବର୍ଷ କଟକ ବାଲିଯାତ୍ରାରେ ଦୁଇହଜାରଟିଷ୍ଟଲ୍ଖୋଲାଯାଉଛି । ଗତ ବର୍ଷ ଟ୨୦୦୦୦୦୦ଟଙ୍କାର ବ୍ୟବସାୟହେଇଥିବାବେଳେଚଳିତବର୍ଷ ଆହୁରି ଅଧିକ ହେବବୋଲିସେ ଆଶାଗ୍ରହଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେସାହିତ୍ୟ, ସଂସ୍କୃତି ଓ ଉଚ୍ଚଶିକ୍ଷାମନ୍ତ୍ରୀସୁର୍ଯ୍ୟବଂଶୀସୁରଜକଟକରଲୋକସଭାସାଂସଦ ଶ୍ରୀଭର୍ତ୍ତୃହରିମହତାବ, ଇଣ୍ଡୋନେସିଆରାଜଦୂତଇନାଏଚ୍ କୃଷ୍ଣମୂର୍ତ୍ତି, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜ୍ୟସଭାସାଂସଦ ଶ୍ରୀ ଦେବାଶିଷସାମନ୍ତରାୟ ପ୍ରମୁଖକଟକରବାଲିଯାତ୍ରାର ଉଦ୍ଘାଟନୀଉତ୍ସବରେଉପସ୍ଥିତ ଥିଲେ । ଡଙ୍ଗାଭସା ଓ ବାଲିଯାତ୍ରାଗୁଡ଼ିକର ଉଦ୍ଘାଟନୀଉତ୍ସବଓଡ଼ିଶାରନୌବାଣିଜ୍ୟଇଚ୍ଛିହାସରଗୌରବଜ୍ୱଳ ଅଧ୍ୟାୟଗୁଡ଼ିକ ମନେ ପକାଇ ଦେଇଥିଲା ।
-୦-୦-୦-










