37.8 C
Bhubaneswar
Monday, May 12, 2025
Homeଦେଶ ବିଦେଶକର୍ଣ୍ଣାଟକର ପୂର୍ବତନ ପୁଲିସ ଡିଜିଙ୍କୁ ଗୁଳି କରି ହତ୍ୟା

କର୍ଣ୍ଣାଟକର ପୂର୍ବତନ ପୁଲିସ ଡିଜିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ପୁଲିସ ଡିଜି ଓମ ପ୍ରକାଶଙ୍କୁ ଗୁଳି କରି ହତ୍ୟା । ବେଙ୍ଗାଲୁର ସ୍ଥିତ ତାଙ୍କ ବାସଭବନରୁ ରକ୍ତ ଜଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ଯାଞ୍ଚ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ କହିଛି । ବଡ଼ କଥା ହେଉଛି ପୂର୍ବତନ ପୋଲିସ ଡିଜି ଓମ ପ୍ରକାଶଙ୍କ ହତ୍ୟାକାଣ୍ଡ ପଛରେ ତାଙ୍କ ପତ୍ନୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଘଟଣା ସମୟରେ ବାସଭବନରେ ପତ୍ନୀ ଓ ପୁଅ ଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ପତ୍ନୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି । ଘରୋଇ ହିଂସା କିମ୍ୱା ମାନସିକ ଅବସାଦ କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ବେଙ୍ଗାଲୁରୁ ପୋଲିସ ।  ୧୯୮୧ ବ୍ୟାଚର ଆଇପିଏସ କ୍ୟାଡର ଓମ ପ୍ରକାଶ ବିହାର ଚମ୍ପାରଣର ବାସିନ୍ଦା । ୨୦୧୫ ମସିହାରେ ଓମ ପ୍ରକାଶ ବେଙ୍ଗାଲୁର ଡିଜିପି ନିଯୁକ୍ତ ହୋଇଥିଲେ । ସନ୍ଧ୍ୟାରେ ବେଙ୍ଗାଲୁର ପୋଲିସକୁ ଫୋନ କରି ନିଜେ ଘଟଣା ସଂପର୍କରେ ସୂଚନା ଦେଇଥିଲେ ଓମ ପ୍ରକାଶଙ୍କ ସ୍ତ୍ରୀ । ହେଲେ ପୋଲିସ ପହଞ୍ଚିବା ପରେ କବାଟ ଖୋଲିବାକୁ ସ୍ତ୍ରୀ ମନା କରିଥିଲେ । ବହୁ କଷ୍ଟରେ ପୋଲିସ କବାଟ ଖୋଲି ଭିତରେ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଓମ ପ୍ରକାଶଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking