27.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା; ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ

ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା; ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ

ବେଙ୍ଗାଲୁରୁ: ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା । ମନ୍ଦିର ଦର୍ଶନ ସାରି ଫେରୁଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲିଭିଗଲା ୧୩ ଜୀବନ ଦୀପ । ଆଜି ଭୋର ସମୟରେ କର୍ଣ୍ଣାଟକ ହାଭେରୀ ଜିଲ୍ଲା ଅନ୍ତର୍ଗତ ଗୁଣ୍ଡେନାହାଲ୍ଲିଠାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଟ୍ରାଭେଲରରେ ଯାତ୍ରା କରୁଥିଲେ ।

ସୂଚନା ଅନୁଯାୟୀ, ଆଜି ଭୋର ପାଖାପାଖି ୪ଟା ସମୟରେ ହାଭେରୀ ଜିଲ୍ଲାର ଗୁଣ୍ଡେନାହାଲ୍ଲିଠାରେ ଏକ ଟ୍ରାଭେଲର ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ମୃତକମାନେ ମନ୍ଦିର ଦର୍ଶନ ପାଇଁ କର୍ଣ୍ଣାଟକର ସାବଦତ୍ତୀ ଯାଇଥିବା ବେଳେ ସେଠାରୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଶିବାମୋଗା ବାସିନ୍ଦା ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking