26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶକର୍ଣ୍ଣାଟକ ହାଇକୋର୍ଟ ତରଫରୁ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା'ଙ୍କୁ ମିଳିଲା ଅନ୍ତରୀଣ ଜାମିନ

କର୍ଣ୍ଣାଟକ ହାଇକୋର୍ଟ ତରଫରୁ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : କର୍ଣ୍ଣାଟକର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଟରେ ଫସିଥିବା ଜେଡିଏନ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ଭବାନୀ ରେଭାନ୍ନାଙ୍କୁ ଜାମିନ ମିଳିଛି । କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ ଅପହରଣ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ମୈସୁର ଏବଂ ହସନ ଜିଲ୍ଲା ଗସ୍ତ ନକରିବା ସର୍ତ୍ତ ଆଧାରରେ ତାଙ୍କୁ ଏହି ଜାମିନ ମିଳିଛି।

ସୂଚନା ଅନୁସାରେ, ଭବାନୀ ରେଭାନ୍ନା ହେଉଛନ୍ତି ଏଚ୍‌ଡି ରେଭାନ୍ନାଙ୍କ ପତ୍ନୀ ଓ ହସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’। ଯେଉଁ ମହିଳାଙ୍କୁ ପ୍ରଜ୍ଜ୍ୱଳ ରେଭାନ୍ନା ଯୌନ ଉତ୍ପୀଡନ କରିଥିଲେ ସେହି ମହିଳାଙ୍କୁ ଭବାନୀ ଅପହରଣ କରିଥିବା ଅଭିଯୋଗ ରହିଛି। ପୁଲିସରେ ଏଫ୍‌ଆଇଆର୍‌ ଦେବାରେ ଅଟକାଇବା ପାଇଁ ଉକ୍ତ ମହିଳାଙ୍କୁ ସେ ଅପରଣ କରିଥିବା ଦାବି କରାଯାଉଛି। ଏହା ପୂର୍ବରୁ ଭବାନୀ ଏହି ଅପହରଣ ମାମଲାର ମାଷ୍ଟରମାଇଣ୍ଡ ଅଟନ୍ତି ବୋଲି ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରବି ଭର୍ମା କୁମାର କହିଥିଲେ। କହିରଖୁ ଯେ କର୍ଣ୍ଣାଟକର ଏହି ଯୌନ ଉତ୍ପୀଡନ ମାମଲାରେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିଥିଲେ। ଅଦ୍ୟାବଧି ବିଭିନ୍ନ ଝିଅମାନଙ୍କ ସହିତ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ୨୫୦୦ରୁ ଅଧିକ ଅଶ୍ଳୀଳ ଭିଡିଓ କ୍ଲିପ ସାମ୍ନାକୁ ଆସିଥିବା ସୂଚନା ମିଳିଥିଲା। ତଦନ୍ତକାରୀ ସଂସ୍ଥା ଏକ ପେନ୍ ଡ୍ରାଇଭ୍ ପାଇଛି, ଯେଉଁଥିରେ ରେଭାନ୍ନା ସହ ଜଡିତ ଅଶ୍ଳୀଳ ଭିଡିଓ ରହିଛି। ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ପୁଲିସ ଏପର୍ଯ୍ୟନ୍ତ ୩ଟି ପୃଥକ ମାମଲା ରୁଜୁ କରିଛି। ସେ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking