31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର

ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର

କର୍ଣ୍ଣାଟକ : ଡେଙ୍ଗୁକୁ ମହାମାରୀ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ‘କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ୨୦୨୦’ରେ ସଂଶୋଧନ ପାଇଁ ସରକାର ନିୟମ ପ୍ରସ୍ତୁତ କରିଛନ୍ତି । କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ଅଧୀନରେ ରାଜ୍ୟ ସରକାର ଡେଙ୍ଗୁ ଜ୍ୱର ଏବଂ ଏହାର ଭୟଙ୍କର ରୂପକୁ ବିଧିବଦ୍ଧ ଭାବେ ଏକ ମହାମାରୀ ଘୋଷଣା କରିଛନ୍ତି ।

ସଂଶୋଧିତ ନିୟମରେ କୁହାଯାଇଛି ଯେ ମଶାମାନଙ୍କ ପ୍ରଜନନକୁ ରୋକିବା ପାଇଁ ସମସ୍ତ ବିଲ୍ଡିଂର ମାଲିକ, ପାଣିଟାଙ୍କିର ମାଲିକ, ପାର୍କ ଏବଂ ଖେଳପଡ଼ିଆ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।ଏହି ବିଜ୍ଞପ୍ତିରେ ସରକାର ଜରିମାନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଯଦି କାହା ଘରେ କିମ୍ବା ବାହାରେ ଡେଙ୍ଗୁ ମଶା ମିଳନ୍ତି, ତେବେ ସହରାଞ୍ଚଳ ପାଇଁ ୪୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୨୦୦ ଟଙ୍କା ଜରିମାନା ଲାଗୁ କରାଯିବ ।

ସଂଶୋଧିତ ନିୟମରେ ମଶାଙ୍କ ପ୍ରଜନନକୁ ରୋକିବା ପାଇଁ ସମସ୍ତ ବିଲ୍ଡିଂର ମାଲିକ, ଦଖଲକାରୀ, ବିଲ୍ଡର, ଜମି, ପାଣିଟାଙ୍କି, ପାର୍କ ଏବଂ ଖେଳପଡ଼ିଆ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଶା ସଂଖ୍ୟା ହ୍ରାସ କରିବା ଏବଂ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡେଙ୍ଗୁ ଜ୍ୱରର ବିସ୍ତାରକୁ ସୀମିତ ରଖିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking