19.1 C
Bhubaneswar
Sunday, February 8, 2026
Homeଓଡିଶାଜନଜାତି ମାନଙ୍କ ବିକାଶ ଓ ଜନଜାତି ଭାଷାର ଉନ୍ନତି ପାଇଁ ସଦା ସ୍ମରଣୀୟ ରହିବେ କରେନ୍ଦ୍ର...

ଜନଜାତି ମାନଙ୍କ ବିକାଶ ଓ ଜନଜାତି ଭାଷାର ଉନ୍ନତି ପାଇଁ ସଦା ସ୍ମରଣୀୟ ରହିବେ କରେନ୍ଦ୍ର ଭାଇ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲିଗୁଡାର ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତି ମାନଙ୍କ ବିକାଶ ଓ ଜନଜାତି ଭାଷାର ଉନ୍ନତି ପାଇଁ ସ୍ୱର୍ଗତ କରେନ୍ଦ୍ର ମାଝୀ ସଦା ସ୍ମରଣୀୟ ରହିବେ । ଭୁବନେଶ୍ୱର କଳିଙ୍ଗ ନଗର କଳିଙ୍ଗ ବିହାର ବିକାଶ ପରିଷଦ ପକ୍ଷରୁ କଳିଙ୍ଗ ବିହାର ଠାରେ ଆୟୋଜିତ ଏହି ସ୍ମତିଚାରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସ୍ୱର୍ଗତ କରେନ୍ଦ୍ର ମାଝୀ ସମାଜସେବା ଓ ଜିଲ୍ଲାବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆଜୀବନ ବ୍ରତୀ ଥିଲେ ବୋଲି କହିଛନ୍ତି । ଜନଜାତି ଭାଷାର ସେ ଜଣେ ପ୍ରସିଦ୍ଧ ଗବେଷକ ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ୱର୍ଗତ କରେନ୍ଦ୍ର ମାଝୀ ଓଡିଆ ଲିପିରେ କୁଇ ଭାଷାରେ ‘ପିଲାଙ୍କ ରାମାୟଣ’, ଡ. ଆମ୍ୱେଦକରଙ୍କ ଜୀବନୀ ଏବଂ କୁଇ ଭାଷାର ଅଭିଧାନ ରଚନା କରିଛନ୍ତି । କନ୍ଧମାଳ ଜିଲ୍ଲା ବିଶେଷକରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ୱର୍ଗତ କରେନ୍ଦ୍ର ମାଝୀ ଜିଲ୍ଲାବାସୀଙ୍କ ମନରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking