26.1 C
Bhubaneswar
Saturday, February 21, 2026
Homeଓଡିଶାବିଦେଶକୁ ଗଲା କରଞ୍ଜିଆ ଷ୍ଟ୍ରବେରୀ

ବିଦେଶକୁ ଗଲା କରଞ୍ଜିଆ ଷ୍ଟ୍ରବେରୀ

ମୟୂରଭଞ୍ଜ: ଲଣ୍ଡନ ଏବଂ ଦୁବାଇକୁ ଗଲା ଷ୍ଟ୍ରବେରୀ l ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଯଶିପୁର ଏବଂ ଶୁକୃଳି ବ୍ଲକର ଷ୍ଟ୍ରବେରୀ ଲଣ୍ଡନ ଓ ଦୁବାଇକୁ ପଠାଯାଇଛି l ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଅଧିକ ଷ୍ଟ୍ରବେରୀ ପଠା ଯାଇଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଉତ୍ପାଦିତ ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ପାଲାଡିଅମ୍ ନାମକ ଏକ ସଂସ୍ଥା ଜରିଆରେ ବିଦେଶକୁ ଗଲା ଷ୍ଟ୍ରବେରୀ l ଗତ ଦୁଇବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା ଓ ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ଟାଟା, ରାଞ୍ଚି, କଲିକତାରେ ବିକ୍ରି କରୁଥିଲେ ଚାଷୀ l ଦୁଇଶହ ପଚାଶ ଗ୍ରାମ ଓଜନର ପ୍ୟାକେଟକୁ ଶହେ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ l କିନ୍ତୁ ଏବେ ସ୍ଥାନୀୟ ବଜାରରେ ବିକ୍ରି କରିବା ସମସ୍ୟା ଉପରେ ପୂର୍ଣ୍ଣଛେଦ ପଡିଛି l କରଞ୍ଜିଆ ଷ୍ଟ୍ରବେରୀ ବିଦେଶରେ ଅଧିକ ଚାହିଦା ରହିଲେ ଆଗକୁ ଆହୁରି ଅଧିକ ରପ୍ତାନି ହେବ ଷ୍ଟ୍ରବେରୀ l ପ୍ରଥମ ପର୍ଯ୍ୟାୟରେ ତିନିଶହ ଚାଳିଶ ପ୍ୟାକେଟ ଷ୍ଟ୍ରବେରୀ ପଠା ଯାଇଛି l ପ୍ରତ୍ୟେକ ପ୍ୟାକେଟରେ ଦୁଇଶହ ପଚାଶ ଗ୍ରାମ ଷ୍ଟ୍ରବେରୀ ରହିଛି l ଦିନ ତମାମ ଷ୍ଟ୍ରବେରୀ ସଂଗ୍ରହ ପରେ ଶୀତଳୀ କରଣ କରି କଲିକତା ପର୍ଯ୍ୟନ୍ତ ଯିବା ପରେ ଆକାଶ ମାର୍ଗରେ ବିଦେଶ ଯିବାର ବନ୍ଦବସ୍ତ ହୋଇଥିବା ଜଣାପଡ଼ିଛି l କରଞ୍ଜିଆ ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉ ଥିବାରୁ ଚାଷୀ ମଧ୍ୟ ବେଶ ଖୁସୀ ହୋଇଥିବା ଦେଖିବାକୁ ମିଳିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking