କଟକ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ଗୁରୁବାର ଗିରଫ କରିଛି । ସୂଚନା ଯୋଗ୍ୟ, ବୁଧବାର ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗକୁ ନଏଇ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଞ୍ଚଳରେ ଥିବା ନିଜର ପୈତୃକ ଘର ସମେତ କଟକ ଜିଲ୍ଲା କଣ୍ଟାପଡା ଥାନା ତହସିଲ କାର୍ଯ୍ୟାଳୟ ସରକାରୀ ବାସଭବନ, ଭୁବନେଶ୍ୱର ସ୍ଥିତ ନିଜସ୍ୱ ୩ ମହଲା ବିଶିଷ୍ଟ ୨ଟି କୋଠା , ସମ୍ପର୍କୀୟଙ୍କ ଘର କେନ୍ଦ୍ରାପଡା ଆଦି ୭ଟି ସେ ସ୍ଥାନରେ ଚଢାଉ କରି ନଗଦ ୨୧୫୦୦୦ ଟଙ୍କା ଓ ୭ଟିବହୁ ମୂଲ୍ୟବାନ ପ୍ଲଟର କାଗଜ ପତ୍ର ଜବତ କରିଥିଲା ।










