17.1 C
Bhubaneswar
Wednesday, December 10, 2025
Homeଅପରାଧକଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ୪ ଗିରଫ

କଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ୪ ଗିରଫ

ଝାରସୁଗୁଡ଼ା: ସ୍ୱାମୀର ନିର୍ଯାତନା ସହି ନପାରି ହାତ ଉଠାଇଲେ ବୋଲି ମହିଳାଙ୍କୁ ଲଣ୍ଡା କରିଦେଲା କଙ୍ଗାରୁ କୋର୍ଟ । କେବଳ ସେତିକି ନୁହେଁ ବରଂ ଜାତିରୁ ବାସନ୍ଦ କରି ତାଙ୍କୁ ପୁଣି ଥରେ ଜାତିରେ ମିଶାଇବା ପାଇଁ ଖାସି ମାଂସର ଭୋଜି ସହିତ ଦୁଇଟି ଦେଶୀ କୁକୁଡ଼ା ୫ହଜାର ଟଙ୍କା ଦେଇ ଜାତି ହେବାକୁ ବାଧ୍ୟ କରିଥିଲେ ଜାତି ସମାଜ । ଏନେଇ ଅଭିଯୋଗ ପରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ ଲଇକେରା ଥାନା ଜାମମାଲ ପଞ୍ଚାୟତ ରାଉତବାହାଲ ଗ୍ରାମର ମହେନ୍ଦ୍ର କିସାନ ଓ ସ୍ତ୍ରୀ ହେମଙ୍କ ମଧ୍ୟରେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ମହେନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ମାଡ଼ପିଟ କରିଥଲେ ।

ଧସ୍ତାଧସ୍ତି ସମୟରେ ହେମଙ୍କ ହାତ ସ୍ୱାମୀ ଦେହରେ ବାଜିଯିବାରୁ ଏହି ଘଟଣା ଜାତି ସମାଜକୁ ଯାଇଥିଲା । ସେଠାରେ ହେମଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡିତ କରାଯାଇ ତାଙ୍କୁ ନଣ୍ଡା କରାଯାଇଥିଲା । ଏହାପରେ ତାଙ୍କୁ ଦଣ୍ଡ ବିଧାନ ସ୍ୱରୂପ ଜାତିରୁ ବାସନ୍ଦ କରି ଦିଆଯାଇଥିଲା । ଜାତିରେ ମିଶାଇବା ପାଇଁ ତାଙ୍କୁ ଖାସି ମାଂସର ଭୋଜି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାତିରୁ ବାସନ୍ଦ ହୋଇଥିବାରୁ ହେମ ବାଧ୍ୟ ହୋଇ ଭୋଜି ମଧ୍ୟ ଦେଇଥିଲେ । ତାଙ୍କ ପୁଅ ନିରଞ୍ଜନ ତାମିଲନାଡୁରେ କାମ କରୁଥିବା ବେଳେ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣି ପୁଲିସରେ ଅଭିଯୋଗ କରିଥିଲେ । ଖବର ସାମ୍ନାକୁ ଆସିବା ପରେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଲଇକେରା ପୁଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିସାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ଓ ମହିଳାଙ୍କ ସ୍ୱାମୀ ମହେନ୍ଦ୍ର କିସାନଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking