20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅଡୁଆରେ କଙ୍ଗନା ; ସାଂସଦ ପଦ ରଦ୍ଦ ଦାବିରେ ପିଟିସନ

ଅଡୁଆରେ କଙ୍ଗନା ; ସାଂସଦ ପଦ ରଦ୍ଦ ଦାବିରେ ପିଟିସନ

ନୂଆଦିଲ୍ଲୀ : ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ସେ ତାଙ୍କ ସାଂସଦ ପଦ ହରାଇପାରନ୍ତି। ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ କଙ୍ଗନା ରାଣାଓ୍ୱତଙ୍କ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ସାଂସଦ ପଦ ରଦ୍ଦ ଦାବିରେ ପିଟିସନନ ଦାଖଲ ହୋଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି। କିନ୍ନର ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ବିରୋଧରେ ପିଟିସନ ଦାଖଲ କରିଛନ୍ତି। କଙ୍ଗନାଙ୍କ ନିର୍ବାଚନକୁ ବାତିଲ କରିବାକୁ ସେ ଏଥିରେ ଦାବି କରିଛନ୍ତି। ଲାୟକ ରାମ ନେଗି ହେଉଛନ୍ତି ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ।
ଏହି ଲୋକସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ନାମାଙ୍କନ ପତ୍ରକୁ ମଣ୍ଡି ନିର୍ବାଚନ ଅଧିକାରୀ ଭୁଲ୍‌ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଯଦି ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥାନ୍ତା ତେବେ ସେ ଜିତିଥାନ୍ତେ। ତେଣୁ ଏହି ସମୟରେ ପୁଣି ଥରେ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି। ସେପଟେ କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking