17.1 C
Bhubaneswar
Sunday, December 7, 2025
Homeଓଡିଶା‘ମୋନ୍ଥା’ ଆଶଙ୍କାରେ କଳିଙ୍ଗାଘାଟି କାର୍ଯ୍ୟ ବନ୍ଦ

‘ମୋନ୍ଥା’ ଆଶଙ୍କାରେ କଳିଙ୍ଗାଘାଟି କାର୍ଯ୍ୟ ବନ୍ଦ

ଗଜପତି: ବାତ୍ୟା ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିଯୋଗୁ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହେବାର ମଧ୍ୟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି, କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଆସନ୍ତା ୩୦ ତାରିଖ ଯାଏ କଳିଙ୍ଗାଘାଟିକୁ ପ୍ରବେଶ ପାଇଁ ବାରଣ କରାଯାଇଛି । କଳିଙ୍ଗା ଘାଟି ପାର୍ଶ୍ୱରେ ଚାଲିଥିବା ମରାମତି କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଏହା ସହିତ କାର୍ଯ୍ୟସ୍ଥଳରୁ ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking