24.1 C
Bhubaneswar
Saturday, March 21, 2026
Homeଓଡିଶାକଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟରର ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ...

କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟରର ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ ଉଦଯାପିତ

ଯାଜପୁର: ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଦୁଇଦିନ ଧରି ଚାଲିଥିବା ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ ଉଯାପିତ ହୋଇଯାଇଛି।ସଂଗୀତ ହେଉଛି ଜୀବନବେଦ।ଈଶ୍ୱର ଙ୍କ ନିକଟବର୍ତ୍ତୀ ହେବାକୁ ହେଲେ ଶୁଦ୍ଧ ସଂଗୀତ ର ଶାଶ୍ୱତଧାର ସହିତ ଏକାମତ୍ତ ହେବା ଉଚିତ ବୋଲି ଯାଜପୁର ର ଚର୍ଚ୍ଚିତ କଳା ଓ ସାଂସ୍କୃତିକ ଗବେଷଣା ଅନୁଷ୍ଠାନ କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟର ର ଏକ ମନଛୁଆଁ ସଂଗୀତ ସମାରୋହ ର ଉଦଯାପନୀ ସନ୍ଧ୍ୟା ରେ ଯୋଗ ଦେଇ ବିଶିଷ୍ଟ ଅତିଥି, ବକ୍ତା, ଗବେଷକମାନେ ମତ ପ୍ରଦାନ କରିଛନ୍ତି. ଅନୁଷ୍ଠାନ ର ସଭାପତି ତଥା ଆଇନୀଜୀବୀ ହରିହର ସ୍ୱାଇଁ ଙ୍କ ପୌରହିତ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପ୍ରଶାସନିକ ଅଧିକାରୀ ଡ଼କ୍ଟର ଅଲେଖ ଚନ୍ଦ୍ର ପଡିହାରୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଗୋପବନ୍ଧୁ ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ଖଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ନିରଞ୍ଜନ ବାରିକ,ସମ୍ଭାନିତ ଅତିଥି ଭାବେ ଯେନୋଭାର ପରିଚାଳନା ନିର୍ଦେଶକ ନୃସିଂହନାଥ ନନ୍ଦ,ଅତିରିକ୍ତ ଆୟୁକ୍ତ ଭୁଲେଖ ବନ୍ଦୋବସ୍ତ ଅକ୍ଷୟ କୁମାର ମଲ୍ଲିକ,ବିରଜା ରତ୍ନ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଦାନଗଦି ବ୍ଲକ ଉର୍ଣ୍ଣୟନ ଅଧିକାରୀ ପ୍ରଦୀପ କୁମାର ସେଠି ପ୍ରମୁଖ ଯୋଗଦେଇ ଏହି ଉଛବ କୁ ରସୋତୀର୍ଣ୍ଣ କରିଥିଲେ। ଏହି ଉଛବ ର ପ୍ରାରମ୍ଭ ରେ ମା ବିରଜା ଙ୍କ ଫଟୋ ଚିତ୍ର ରେ ଦୀପଦାନ ତଥା ମାଲ୍ୟାର୍ପଣ ପରେ ପରେ ସମ୍ପାଦକ ଡ଼କ୍ଟର କୈଳାଶ ଚନ୍ଦ୍ର ବେହେରା ବିବରଣୀ ପାଠ ଓ ପରିଚୟ ପ୍ରଦାନ କରିଥିଲେ।ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ।ଏହି ସମାବେଶ କୁ ସମ୍ପୂର୍ଣ ସଂଚାଳନ କରିଥିଲେ।ସୁ ଲେଖକ ଅଧ୍ୟାପକ ଦାମୋଦର ବେହେରା ସମାବେଶ କୁ ସଂଚାଳନ କରିଥିଲେ। ସମସ୍ତ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି।ସାଇ ସନ୍ତୋଷିନୀ ସ୍ୱାଗତ ନୃତ୍ୟ କରିଥିଲେ। କାର୍ଯ୍ୟକ୍ରମ ରେ ଭରପୁର ଦର୍ଶକ ଓ ଶ୍ରୋତା ମାନଙ୍କୁ ନୃତ୍ୟ, ସଂଗୀତ କଳାକାର ମାନେ ବେଶ ବିତମାହିତ କରିଥିଲେ। ମିସ ମିନାକ୍ଷୀ, ସୀମାରାଣୀ, ମୋନାଲିସା ପ୍ରମୁଖ ଙ୍କ ପ୍ରଦର୍ଶନ ରେ ଦର୍ଶକ ମାନେ ବେଶ ଉର୍ଲସିତ ହୋଇଥିଲେ। ଏହି ଦୁଇଦିନ ବ୍ୟାପି ସଂଗୀତ ଆସର ର ସମ୍ପୂର୍ଣ ସଫଳତା ପାଇଁ ଯାଜପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦେବେଶ୍ୱର କଲଚରାଲ ଏକାଡେମୀ ସମେତ ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking