ଯାଜପୁର: ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଆୟୋଜିତ ଚିର ସବୁଜ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୩ ଓ ୧୪ ଦୁଇଦିନ ଧରି ହେବାକୁ ଥିବା ସଂଗୀତ ଭିତିକ କାର୍ଯ୍ୟକ୍ରମ ଉଦଘାଟନ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ସାମ୍ବାଦିକ ହରିହର ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆୟୁକ୍ତ ଭୁଲେଖ ବନ୍ଦୋବସ୍ତ ଅକ୍ଷୟ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବିଶିଷ୍ଟ ଅତିଥି ଭାବେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବଟକୃଷ୍ଣ ସ୍ୱାଇଁଓ ଅନୁଷ୍ଠାନର ଉପଦେଷ୍ଟା ଡ଼କ୍ଟର ସୁବାଷ ଚନ୍ଦ୍ର ପାଣି ପ୍ରମୁଖଙ୍କୁ ଅନୁଷ୍ଠାନର ସମ୍ପାଦକ ଡ଼କ୍ଟର କୈଳାଶ ଚନ୍ଦ୍ର ବେହେରା ବିବରଣୀ ପାଠ ଓ ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଛନ୍ତି। ଅତିଥି ମାନେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଲ୍ଲିକ ବକ୍ତବ୍ୟ ରେ କହିଥଲେ ଯାଜପୁର ହେଉଛି କଳା, ସାହିତ୍ୟ, ସଂସ୍କୃତି ର ମାଟି। ସଂଗୀତ ସାଧନା ବଳରେ ଯାଜପୁର ର କଳାକାର ମାନେ ଓଡିଶା ର ବିଭିନ୍ନ ପ୍ରାନ୍ତରେ ଉତ୍କୃଷ୍ଟ କଳା ପ୍ରଦର୍ଶନ ସହ ଓଡିଶା ବାହାରେ ମଧ୍ୟ ଯାଜପୁର ତଥା ମା ବିରଜା ଏତିହ୍ୟ ସମ୍ପର୍କ ରେ ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା କଳିଙ୍ଗ ଭାରତୀ ଅନୁଷ୍ଠାନ କରିଥିବା ରୁ ଭୁୟସୀ ପ୍ରଶଂସା କରିଛନ୍ତି। ଆଜି ର ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ ରେ ରାଜ୍ୟ ର ପ୍ରତିଷ୍ଠିତ ଗାୟକ, ଗାୟିକା ମାନେ ସୁନ୍ଦର ଗୀତ ଦର୍ଶକ ଙ୍କୁ ମନମୁଗ୍ଧ କରିଅଛି। ମୁଖ୍ୟ ବକ୍ତା ଭାବେ ବିରଜା ରତ୍ନ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ପୁରୁଣା ନୂଆ ସଂଗୀତ ଲୋକ ଙ୍କ ମନକୁ ପ୍ରଫୁଲିତ କରିବା ସହିତ ଯାଜପୁର ର ଅଗଣିତ ଦର୍ଶକ ଙ୍କୁ ଏକତ୍ରିତ କରି ସଂଗୀତ କାର୍ଯ୍ୟକ୍ରମ କଳିଙ୍ଗ ଭାରତୀ ପକ୍ଷରୁ ଆୟୋଜିତ କରୁଥିବା ରୁ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଅନୁଷ୍ଠାନ ର ଉତ୍ତ୍ୱରତର କାମନା କାମନା କରିବା ସହିତ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ଭୂଇଁସୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଡ଼କ୍ଟର ସୁବାଷ ପାଣି, ଡ଼କ୍ଟର କୈଳାଶ ଚନ୍ଦ୍ର ବେହେରା, ମିସ ମିନାକ୍ଷୀ, ସୀମାରାଣୀ, ମୋନାଲିସା, ଅର୍ଚିତା ପ୍ରମୁଖ ସଂଗୀତ ପରିବେଷଣରେ ଦର୍ଶକ ଝୁମି ଥିଲେ। ଏହି କାର୍ଯ୍ୟକ୍ରମ ରେ ଯାଜପୁର ସେନା ସଂଘ ର ସଭାପତି ରବି ନାରାୟଣ ସାହୁ, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଙ୍କୁ ମାନପତ୍ର ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ସାମ୍ବାଦିକା ମନୀଷା ରାଉତ ମାନପତ୍ର ପାଠ କରିଛନ୍ତି। ଶେଷରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସ୍ମୃତି କର ଧନ୍ୟବାଦ ଦେଇଛନ୍ତି।










