27.1 C
Bhubaneswar
Tuesday, March 24, 2026
Homeଓଡିଶାକାଲି ରତ୍ନଭଣ୍ଡାର ମରାମତି ବନ୍ଦ: ଏଏସଆଇ

କାଲି ରତ୍ନଭଣ୍ଡାର ମରାମତି ବନ୍ଦ: ଏଏସଆଇ

ପୁରୀ: ଆସନ୍ତା କାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ପାଇଁ ବନ୍ଦ ରହିବ ମରାମତି । ସେହିପରି ଆଜି ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଭାରା ବାନ୍ଧିବାକୁ ଲୁହାପାଇପ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖିଛି। ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଡି ପ୍ଲାଷ୍ଟରିଂ (ଚୁନଛଡ଼ା) କାମ ଆରମ୍ଭ ହେବ। ଏହା ପରେ ଛାତ ଓ କାନ୍ଥର ପଥର ଯୋଡ଼େଇ (ଗ୍ରାଉଟିଂ), ପଥର ଓ ବିମ୍‌ ପରିବର୍ତ୍ତନ ଆଦି କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ। ତିନି ମାସ ଭିତରେ ରତ୍ନଭଣ୍ଡାର ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଥିଲା । ଏ ନେଇ ଆଜି କାଲି ମରାମତି କାର୍ଯ୍ୟ ବନ୍ଦ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking