33.1 C
Bhubaneswar
Wednesday, March 25, 2026
Homeଓଡିଶାବାରହା ଫାଶରେ କଲରାପତରିଆ ବାଘ

ବାରହା ଫାଶରେ କଲରାପତରିଆ ବାଘ

ଢେଙ୍କାନାଳ: ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଛନ୍ଦି ହୋଇ ପଡ଼ିଥିବା ଏକ କଲରପତରିଆ ବାଘକୁ ଉଦ୍ଧାର କରାଯାଇଛି। ବାଘଟିକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଥିବା ଜଣାଯାଇଛି।
ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ର ଅସନବାହାଳି ଫରେଷ୍ଟ ସେକ୍ସନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବାରହା ପାଇଁ ଶିକାରୀ ରଖିଥିବା ଫାଶରେ ଏକ କଲରାପତରିଆ ବାଘ ପଡିଯାଇଥିଲା। ବାଘଟି ବାରହା ଫାଶରେ ପଡିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଜଣାଇଥିଲେ। ଢେଙ୍କାନାଳ ଓ କେନ୍ଦୁଝର ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ôଚ ବାଘଟିକୁ ଧରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଭୁବନେଶ୍ୱର, କେଉଁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସ ରେସକ୍ୟୁ ଟିମ୍ ଏବଂ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ୍ ଘଟଣା ସ୍ଥଳରେ ପହଞ୍ôଚଥିଲେ। ଢେଙ୍କାନାଳ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ଓ ୧୦୦ରୁ ଊର୍ଦ୍ଧ୍ୱ ପୁଲିସ ଘଟଣାସ୍ଥଳରୁ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତାକୁ ନନ୍ଦନକାନନକୁ ପଠାଇଥିବା ଢେଙ୍କାନାଳ ଡିଏଫଓ ସୁମିତ କର ସୂଚନା ଦେଇଛନ୍ତି। ଏହା ଏକ ଅଣ୍ଡିରା ବାଘ ଓ ବୟସ ୫ ବର୍ଷ ବୋଲି ବନବିଭାଗ ସୂଚନା ଦେଇଛି। ବାରହା ଶିକାର ପାଇଁ ଜାଲ ବିଛାଇଥିବା ଶିକାରୀକୁ ଧରିବା ପାଇଁ ବନବିଭାଗର ତନାଘନା ଉଦ୍ୟମ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking