27.1 C
Bhubaneswar
Wednesday, March 18, 2026
Homeଓଡିଶାକାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ରାସ୍ତା ଅବରୋଧ

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ରାସ୍ତା ଅବରୋଧ

ରାଉରକେଲା: ଗତକାଲି ରାତି ପ୍ରାୟ ସାଢେ ଏଗାରଟା କାଳବୈଶାଖୀର ପ୍ରଭାବରେ ସହରରେ ପବନ, ବିଜୁଳି,ଘଡଘଡି ସହ ମୂଷଳଧାରାରେ ବର୍ଷା ହୋଇଥିଲାl ପ୍ରାୟ ୪୦ ମିନିଟ ଧରି ଜୋରରେ ପବନ ବହିବାରୁ ସହରର ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା l କିଛି ସ୍ଥାନରେ ଗଛ ପଡ଼ିବାରୁ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା lରାଉରକେଲା ଜେଲ ରୋଡ଼, ସମେତ ରିଂ ରୋଡ଼ରେ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛେଣ୍ଡ କଲୋନି ଚିନ୍ମୟ ବିଦ୍ୟାଳୟ ନିକଟରେ ଗଛ ପଡ଼ିବାରୁ ଘର ଆଗରେ ଛିଡା ହୋଇଥିବା କରି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି l ବେଦବ୍ୟାସ, ଦାଣ୍ଡିଆପାଲି, ଦୟାନନ୍ଦ ନଗର ବିଜୁଳି କଟି ଯିବାରୁ ଅଞ୍ଚଳବାସୀ ଅନ୍ଧାରରେ ରହିଥିଲେ l ଏମିତି କି ବିଜୁଳି ନ ଥିବାରୁ କିଛି ଅଞ୍ଚଳକୁ ପାଇପ ପାଣି ଯୋଗାଣ ବନ୍ଦ ରହିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking