28.9 C
Bhubaneswar
Tuesday, April 8, 2025
Homeଓଡିଶା୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଦଳିବ ପାଗ । ଖରାରୁ ମିଳିବ ଆଶ୍ୱସ୍ତି ।  ଖରା ପରେ ଏବେ ୫ ତାରିଖ ଯାଏଁ  ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୨ ତାରିଖରେ  ୧୬ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡିକ ହେଲା  ମୟୁରଭଞ୍ଜ ,କେଉଁଝର , ସୁନ୍ଦରଗଡ, ଝାରସୁଗୁଡା , ଦେଓଗଡ ,  ବରଗଡ , ସମ୍ବଲପୁର , ସୋନପୁର ,  ବଲାଙ୍ଗୀର , ଅନୁଗୁଳ,  ସୁବଣ୍ଣପୁର , ବୌଦ୍ଧ , ନୂଆପଡା, କଳାହାଣ୍ଡି , କୋରାପୁଟ ।

୪୦ ରୁ ୫୦ କିମି ବେଗରେରେ ପବନ ବହିବାର ସମ୍ଭାବନା ରହିଛି । ୩ ତାରିଖରେ ବର୍ଷାର ପରିମାଣ ବଢ଼ିବା ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାକୁ ନେଇ ଅରେଞ୍ଜ ଆଲର୍ଟ ଜାରି । ସୁନ୍ଦରଗଡ଼, ଝାରସୁଗୁଡ଼ା ସମ୍ବଲପୁର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଏହି ୯ ଜିଲ୍ଲାକୁ କୁଆପଥର ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତାସହ ଏହି ସବୁ ଜିଲ୍ଲାମାନଙ୍କରେ ୫୦ ରୁ ୬୦ ଡିଗ୍ରୀ କିମିରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ବରଗଡ଼, ସୋନପୁର ବଲାଙ୍ଗୀର, ନୂଆପଡା ଓ ମାଲକାନଗିରିରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୪ ତାରିଖରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ  ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ଆଠଟି ସ୍ଥାନରେ ୫୦ ରୁ ୬୦ କିମି ବେଗରେ ପବନ ଓ ଆଉ କିଛି ସ୍ଥାନରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ଆଗାମୀ ୫ ତାରିଖ ଯାଏଁ ବର୍ଷା ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking