25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକେ କବିତାଙ୍କୁ ମିଳିଲା ଜାମିନ

କେ କବିତାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପୂର୍ବତନ ଗିରଫ ହେବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ବିଆରଏସ ନେତା କେ କବିତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିଜେ ଶୁଣାଣି ସମୟରେ କୋର୍ଟ ଏଏସଜି କୁ କବିତା କେଉଁ ପ୍ରମାଣ ନଷ୍ଟ କରିଛନ୍ତି ତାହା ପ୍ରମାଣ କରିବାକୁ କହିଥିଲେ। ତଦନ୍ତ ଶେଷ ହୋଇଛି ଏବଂ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ ୪୯୩ ଜଣ ସାକ୍ଷୀ ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ଜାମିନ କାହିଁକି ଦିଆଯାଉ ନାହିଁ? ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାପରେ କବିତାଙ୍କୁ କୋର୍ଟ ଇଡି ଓ ସିବିଆଇ ଉଭୟ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ଆଦେଶକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। କବିତାଙ୍କୁ ୧୦ଲକ୍ଷ ଟଙ୍କା ଜାମିନ ବଣ୍ଡ ପ୍ରଦାନ କରିବାକୁ, ନିଜ ପାସ୍‌ପୋର୍ଟ ଜମା କରିବାକୁ, ସାକ୍ଷୀଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ନ ପକାଇବାକୁ ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତା ଗତ ୫ ମାସ ହେଲା ଗିରଫ ହୋଇ ଜେଲ୍‌ରେ ଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରୁ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking