17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଖୋଲୁଛି ଜ୍ୟୋତିଙ୍କ ଗୁମର

ଖୋଲୁଛି ଜ୍ୟୋତିଙ୍କ ଗୁମର

ନୂଆଦିଲ୍ଲୀ: ପାକିସ୍ତାନର ଆଇଏସ୍‌ଆଇ ପାଇଁ ଭାରତ ବିରୋଧରେ ଗୁଇନ୍ଦା କାମ କରୁଥିବା ଘଟଣାରେ ଗିରଫ ହୋଇଥିବା ହରିଆଣାର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ପ୍ରତିଦିନ କିଛି କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଜ୍ୟୋତିଙ୍କ ସମ୍ପର୍କରେ ମିଳିଥିବା ସଦ୍ୟ ସୂଚନାନୁସାରେ ତ୍ୟୋତି ଯେତେବେଳେ ପାକିସ୍ତାନ ଯାଇଥିଲେ ସେଠାରେ ସେ ଲସ୍କର-ଏ-ତୋଇବା ଭଳି କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀର ଶିବିରରେ ପ୍ରାୟ ୧୪ ଦିନ ଧରି ରହିଥିଲେ । ଏହି ସମୟରେ ସେ ଗୁଇନ୍ଦାଗିରି କରିବା ପାଇଁ ଟ୍ରେନିଂ ମଧ୍ୟ ନେଇଥିଲେ । ପାକିସ୍ତାନର ମୁରିଦକେ ସହର ଯାହାକୁ ଲସ୍କର-ଏ-ତୋଏବାର ହେଡକ୍ୱାର୍ଟର କୁହାଯାଏ ଆଉ କୁଖ୍ୟାତ ଆତଙ୍କୀ ହାଫିଜ ସଇଦର ଘର ବୋଲି ମଧ୍ୟ କୁହାଯାଏ, ସେଠାରେ ଜ୍ୟୋତି ମାଲହୋତ୍ରା ତାଲିମ ନେଉଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଟ୍ରେନିଂ ପରେ ଜ୍ୟୋତିଙ୍କୁ ଭାରତ ବିରୋଧୀ ମିଶନ୍‌ରେ ସାମିଲ କରାଯାଇଥିଲା । ହରିଆଣାର ହିସାର ପୁଲିସ୍ ପକ୍ଷରୁ ଜ୍ୟୋତିଙ୍କୁ ଜେରା କରାଯାଉଥିବା ବେଳେ ସେ ନିଜେ ଏସବୁ କଥା ସ୍ୱୀକାର କରିଥିବା ଜଣାପଡିଛି ।

ବର୍ତ୍ତମାନ ଜ୍ୟୋତି ମାଲହୋତ୍ରା ୫ ଦିନିଆ ରିମାଣ୍ଡରେ ହିସାର ପୁଲିସର କ୍ରାଇମ୍ ବ୍ରାଞ୍ଚ୍ କଷ୍ଟଡିରେ ରହିଛନ୍ତି । ତେବେ ଭାରତ ବିରୋଧୀ ମିଶନ୍‌ରେ ଜ୍ୟୋତିଙ୍କ ସହ ଆହୁରି ୨୦ରୁ ଅଧିକ ଲୋକ ସାମିଲ ଥିବା ଅନୁମାନ କରାଯାଉଛି । ଏମାନେ ସମସ୍ତେ ସୋସିଆଲ୍ ମିଡିଆର ଜଣେ ଜଣେ ଇନଫ୍ଲୁଏନ୍ସର ବୋଲି କୁହାଯାଉଛି । ଏସବୁ ମଧ୍ୟରେ ଜ୍ୟୋତିଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓ ପହଲଗାମ୍‌ରେ ନୀରିହ ୨୬ଜଣଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିବା ପରର ବୋଲି ଜଣାପଡିଛି । ଏଥିରେ ଜ୍ୟୋତି ପହଲଗାମ୍ ଘଟଣା ପାଇଁ ପର୍ଯ୍ୟଟକଙ୍କୁ ଦୋଷାରୋପ କରିଥିଲେ । ଯେକୌଣସି ସ୍ଥାନକୁ ଗଲାବେଳେ ପର୍ଯ୍ୟଟକଙ୍କୁ ସବୁଦିଗକୁ ଧ୍ୟାନ ଦେବା ଉଚିତ ବୋଲି ଜ୍ୟୋତି କହିଥିଲେ । କେବଳ ସେତିକି ନୁହେଁ, ସୁରକ୍ଷାରେ ତ୍ରୁଟି ନେଇ ପୋଲିସ, ସେନା ଓ ସରକାରଙ୍କୁ ମଧ୍ୟ ଦୋଷାରୋପ କରିଥିଲେ ଜ୍ୟୋତି । ତେବେ ଜ୍ୟୋତି ନିଜ ଭିଡିଓରେ ଆତଙ୍କବାଦୀଙ୍କ ସମ୍ପର୍କରେ ଗୋଟିଏ ପଦ ମଧ୍ୟ କହିନଥିଲେ । ଏଥିରୁ ଜ୍ୟୋତିଙ୍କ ଦେଶଦ୍ରୋହୀ ଆଭିମୁଖ୍ୟ ସ୍ପଷ୍ଟ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking