21.1 C
Bhubaneswar
Monday, December 22, 2025
Homeଦେଶ ବିଦେଶବଢ଼ିଲା ଜଷ୍ଟିସ ଯାଦବଙ୍କ ଅଡ଼ୁଆ; ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ବଢ଼ିଲା ଜଷ୍ଟିସ ଯାଦବଙ୍କ ଅଡ଼ୁଆ; ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଦେଇଥିବା ଏକ ବିବାଦୀୟ ବୟାନକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଲିଗାଲ ସେଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜଷ୍ଟିସ ଯାଦବ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଏବେ ସୁପ୍ରିମକୋର୍ଟରେ ଅଭିଯୋଗ ହେବା ପରେ ମଙ୍ଗଳବାର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନା ଏସଂକ୍ରାନ୍ତରେ ଆହ୍ଲାବାଦ୍ ହାଇକୋର୍ଟଙ୍କୁ କୈଫିୟତ୍ ତଲବ କରିଛନ୍ତି।

ପ୍ରକାଶ, ଜଷ୍ଟିସ ଶେଖର କହିଥିଲେ “ହିନ୍ଦୁସ୍ତାନରେ ହିନ୍ଦୁ ସଂଖ୍ୟାବହୁଳ ରହିଛନ୍ତି। ସୁତରାଂ ଦେଶ ବହୁସଂଖ୍ୟକଙ୍କ ଇଚ୍ଛାରେ କାର୍ଯ୍ୟ କରିବ। ଏହା ହିଁ ଆଇନ। ଆଇନ ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲେ। ଏହାକୁ ପରିବାର କିମ୍ବା ସମାଜ ହିସାବରେ ଦେଖାଯାଇପାରେ। ଦେଶରେ ଏକକ ନାଗରିକ ସଂହିତା ଖୁବଶୀଘ୍ର ବାସ୍ତବ ରୂପ ନେବ। ହିନ୍ଦୁତ୍ୱରୁ ସତୀ ଦାହ ଭଳି ପ୍ରଥାକୁ ଉଚ୍ଛେଦ କରାଯାଇ ସାରିଛି। କିନ୍ତୁ ମୁସଲିମ ସଂପ୍ରଦାୟରେ ଏବେ ବହୁ ପତ୍ନୀ ପ୍ରଥା ଜାରି ରହିଛି। ଆପଣ କେବେହେଲେ ୪ ପତ୍ନୀର ଅଧିକାର ସପକ୍ଷରେ ଦାବି କରିବେ ନାହିଁ। ହଲାଲା କିମ୍ବା ଟ୍ରିପଲ ତଲାକକୁ ଯଥାର୍ଥ ବୋଲି କହିପାରିବେ ନାହିଁ। ଭିଏଚ୍‌ପି, ଆରଏସଏସ କିମ୍ବା ହିନ୍ଦୁବାଦୀ ଏକକ ନାଗରିକ ସଂହିତା ପାଇଁ କେବଳ ଦାବି କରୁନାହାନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଏପ୍ରସଙ୍ଗରେ କହିଛନ୍ତି। ଦେଶରେ ନିଶ୍ଚିତ ଭାବେ ଗୋଟିଏ ଆଇନ ପ୍ରଣୟନ ହେବା ଦରକାର। ଯାହାକି ଖୁବଶୀଘ୍ର ଆସିବ।”

ଏହାକୁ ନେଇ ସୋମବାର ସିପିଆଇଏମ ନେତ୍ରୀ ବ୍ରିନ୍ଦା କରାତ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଥିଲେ। ବ୍ରିନ୍ଦା ତାଙ୍କ ଚିଠିରେ ଜଷ୍ଟିସ ଶେଖର ଯାଦବଙ୍କ ବିରୋଧରେ ଇନ ହାଉସ ତଦନ୍ତ ପାଇଁ ଦାବି କରିଥିଲେ ଏବଂ ଏହି ଘଟଣାର ତଦନ୍ତ ନ ସରିବା ଯାଏ, ଜଷ୍ଟିସ୍ ଯାଦବଙ୍କୁ ନ୍ୟାୟିକ ବ୍ୟବସ୍ଥାରୁ ଦୂରେଇ ରଖିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ହାଇଦ୍ରାବାଦ୍ ଲୋକସଭା ସାଂସଦ ଅସାଦୁଦ୍ଦିନ ଓେଓ÷୍ୱସୀ ମଧ୍ୟ ଗୋଟିଏ ନୋଟିସ୍‌ରେ ଦସ୍ତଖତ କରି ଜଷ୍ଟିସ ଶେଖର କୁମାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ଯାଦବଙ୍କ ବରଖାସ୍ତ ଦାବି କରିଛନ୍ତି। ଓୱୈସୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜଷ୍ଟିସ ଯାଦବ ବ୍ୟବହାରିକ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଛନ୍ତି। ଲୋକସଭାରେ ମଧ୍ୟ ସେ ଜଷ୍ଟିସ ଯାଦବଙ୍କୁ ବରଖାସ୍ତ କରିବା ପାଇଁ ନୋଟିସ ଆଗତ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥିପାଇଁ ୧୦୦ ଜଣ ସାଂସଦଙ୍କ ଦସ୍ତଖତର ଆବଶ୍ୟକ ରହିଥିବା ଓୱେସୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking