17.1 C
Bhubaneswar
Saturday, February 14, 2026
Homeଓଡିଶାଜଷ୍ଟିସ୍ ହରୀଶ ଟଣ୍ଡନ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଜଷ୍ଟିସ୍ ହରୀଶ ଟଣ୍ଡନ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ: ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ୍ ଟଣ୍ଡନ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂଙ୍କ ଅବସର ପରେ ୨୦୨୫ ଜାନୁୟାରୀ ୨୦ ତାରିଖରୁ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ ଜଷ୍ଟିସ୍ ସିହ୍ନାଙ୍କୁ ଆହ୍ଲାବାଦ୍ ହାଇକୋର୍ଟର ବିଚାରପତି ଭାବେ ବଦଳି କରିବାକୁ ସୁପ୍ରିମ୍‌କୋର୍ଟ କଲେଜିୟମ୍ ପକ୍ଷରୁ ସୁପାରିଶ କରାଯାଇଛି ।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଚଳିତମାସ ୬ ତାରିଖରେ ଅନୁଷ୍ଠିତ ସୁପ୍ରିମ୍‌କୋର୍ଟ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ନିମନ୍ତେ ଜଷ୍ଟିସ୍ ଟଣ୍ଡନଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିଲା । ଏହା ପରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି । ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟରୁ ୧୯୮୯ରେ ଆଇନ ଶିକ୍ଷାରେ ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍େଟମ୍ବର ୨୬ରେ ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ସିଟି ସିଭିଲ୍ କୋର୍ଟ, ଡିଆର୍‌ଟି ଓ ସୁପ୍ରିମ୍‌କୋର୍ଟରେ ମଧ୍ୟ ଆଇନଜୀବୀ ଭାବେ ଏକାଧିକ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking