30.1 C
Bhubaneswar
Monday, March 30, 2026
Homeଓଡିଶା୩୦ ବର୍ଷ ପରେ ମୁଦେଇଙ୍କୁ ମିଳିଲା ନ୍ୟାୟ

୩୦ ବର୍ଷ ପରେ ମୁଦେଇଙ୍କୁ ମିଳିଲା ନ୍ୟାୟ

ଯାଜପୁର: ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷପରେ ନ୍ୟାୟାଳୟରୁ ନ୍ୟାୟ ମିଳିଛି ମୁଦେଇଙ୍କୁ । ଖବରମତେ ୧୯୯୫ ମସିହାରେ ଯାଜପୁର ଜିଲ୍ଲା କଳିଆପାଣି ଥାନା ଅଧୀନ ମହୁଲଖାଲ ଗ୍ରାମର କାର୍ତ୍ତିକ ମହାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ର ଟାଙ୍ଗରପଡ଼ା ଗ୍ରାମର ପତିତପାବନ ମହାନ୍ତ ଚନ୍ଦ୍ରଭାଗା ଇନଭେଷ୍ଟମେଣ୍ଟ ଏକ ଚିଟଫଣ୍ଡ କମ୍ପାନୀ ର କୁସୁମୁଣ୍ଡିଆ ଶାଖାର ପରିଚାଳକଭାବେ ପରିଚୟଦେଇ ଟ୍ରେକର ଋଣ କରାଇ ଦେବାର ପ୍ରତିଶୃତିଦେଇ ୮୦ ହଜାର ଟଙ୍କା ନେଇଥିଲେ ,ମାତ୍ର କାର୍ତ୍ତିକ ମହାନ୍ତ ଗାଡି ପାଇଲେ ନାହିଁ କି ଟଙ୍କା ଫେରସ୍ତ ପାଇଲେ ନାହିଁ। ଉକ୍ତ ସଂସ୍ଥାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏ ନେଇ କାର୍ତ୍ତିକ ମହାନ୍ତ ଶ୍ରୀଯୁକ୍ତ ଯେ ଏମ୍ ଏଫ ସି ଯାଜପୁର ରୋଡଙ୍କ ଅଦାଲତରେ ICC ୧୧/୯୫ ଏକ ମାମଲା ଦାୟର କରିଥିଲେ । ତେବେ ଦୀର୍ଘ ୩୦ ବର୍ଷ ପରେ ଅଦାଲତ ସମସ୍ତ ସାକ୍ଷୀ ପ୍ରମାଣ ଓ ଉଭୟ ପକ୍ଷର ଜବାବ ସୁଆଲକୁ ଭିତ୍ତି କରି ମାନ୍ୟବର ବିଚାରପତି ଶ୍ରୀମତୀ ପ୍ରିୟଦର୍ଶିନୀ କୁମ୍ଭାର ଅଭିଯୁକ୍ତ ପତିତପାବନ ମହାନ୍ତ ଙ୍କୁ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ ଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ୨ମାସ ଜେଲଦଣ୍ଡ ଶୁଣାଇଛନ୍ତି ।ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ପତିତପାବନ ପାଖାପାଖି ୧୦୦ ରୁ ଉର୍ଦ୍ଧ ଲୋକଙ୍କୁ ଠକି ୩୫ ଲକ୍ଷରୁ ଉର୍ଦ୍ଧ ଅର୍ଥ ଆତ୍ମସାତ କରିଛି । ମୁଦେଇଙ୍କ ତରଫରୁ ମାମଲାକୁ ବରିଷ୍ଟ ଆଇନଜୀବୀ ସୁଧାଂଶୁ ଶେଖର ଦାସ,ପରିଚାଳନା କରିଥିବା ବେଳେ ରାମଚନ୍ଦ୍ର ପହି ଓ ସୁରେଶ କୁମାର ପଟୁ ସହାୟତା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking