31.1 C
Bhubaneswar
Saturday, March 21, 2026
Homeଓଡିଶାଓଡି଼ଶା ହାଇକୋର୍ଟର ନୂଆ ବିଚାରପତି ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ

ଓଡି଼ଶା ହାଇକୋର୍ଟର ନୂଆ ବିଚାରପତି ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ

କଟକ: କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟରତ ଦୀକ୍ଷିତ୍ କ୍ରିଷ୍ଣା ଶ୍ରୀପଦ୍ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇବେ। ଏନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଜଷ୍ଟିସ୍ ଶ୍ରୀପଦ୍‌ଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ୧୯୮୯ ମସିହାରେ ସେ ଓକିଲାତି ପେଶାରେ ନାମ ପଞ୍ଜିକରଣ କରିଥିଲେ। ବିଚାରପତି ପଦବୀ ଅଳଙ୍କୃତ କରିବା ପୂର୍ବରୁ ସେ କର୍ଣ୍ଣାଟକ ହାଇକୋର୍ଟରେ ଆମିକସ୍‌କ୍ୟୁରୀ ଭାବେ ନିଯୁକ୍ତି ପାଇଥିଲେ । ସେହିପରି ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ପ୍ୟାନେଲ୍ ଲୟର୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବେଙ୍ଗାଲୁରୁ ଆଇନ ମହାବିଦ୍ୟାଳୟରେ ସେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ ନିମନ୍ତେ ସେ ନିର୍ବାଚନୀ ମାମଲା ପରିଚାଳନା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଓକିଲ ଭାବେ ମଧ୍ୟ ମାମଲା ପରିଚାଳନା କରିଥିଲେ। ଏଥିସହିତ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ (ୟୁଜିସି)ପାଇଁ ଷ୍ଟାଣ୍ଡିଙ୍ଗ୍ କାଉନ୍‌ସେଲ୍‌,ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ, କର୍ଣ୍ଣାଟକ ଭେଟ୍‌ନାରୀ ସାଇନ୍‌ସ ୟୁନିଭର୍ସିଟି, ଭାବା ଆଟୋମିକ୍ ସେଣ୍ଟର ଭଳି ସଂସ୍ଥାର ମାମଲା ପରିଚାଳନା କରିଥିଲେ । ୨୦୧୮ ମସିହା ଫେବୃଆରୀ ୧୪ ତାରିଖରେ ସେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking