23.1 C
Bhubaneswar
Saturday, December 14, 2024
Homeଓଡିଶା‘ମହାନଦୀ’  ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ

‘ମହାନଦୀ’  ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ

ଭୁବନେଶ୍ୱର : ‘ମହାନଦୀ’ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପ୍ରାୟ ୮ମାସ ପରେ ପୁଣିଥରେ କାର୍ଯ୍ୟକ୍ଷମ ହେବ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଗତ ମାର୍ଚ୍ଚ ୧୨ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ.ଏମ.ଖାନୱାଲିକର ଇସ୍ତଫା ଦେବାପରେ ଏହି ଟ୍ରିବ୍ୟୁନାଲ ଠପ୍ ହୋଇ ପଡ଼ିରହିଥିଲା । ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶିତ ହେବାପରେ ସରକାରୀସ୍ତରରେ ତତ୍ପରତା ବଢ଼ିଥିଲା ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ତ୍ରିବେଦୀଙ୍କୁ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ୍ କୌର କୋଚର ପୂର୍ବବତ କାର୍ଯ୍ୟ କରିବେ । ଏହି ଦୁଇ ସଦସ୍ୟ ଟ୍ରିବ୍ୟୁନାଲ ଆରମ୍ଭରୁ ରହିଛନ୍ତି ।

ସୂଚନାଯୋଗ୍ୟ, ବିଗତ ୩ବର୍ଷରେ ମହାନଦୀର ହୀରାକୁଦଠାରେ ପ୍ରବାହିତ ଜଳର ପରିମାଣ ୨୦୨୧-୨୨ରେ ୧୯.୮ ନିୟୁତ ଏକର ଫୁଟ, ୨୦୨୨-୨୩ରେ ୨୭.୭ନିୟୁତ ଏକର ଫୁଟ ଓ ୨୦୨୩-୨୪ରେ ୨୫.୪ ନିୟୁତ ଏକର ଫୁଟ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking