28.9 C
Bhubaneswar
Friday, May 16, 2025
Homeଦେଶ ବିଦେଶଶପଥ ନେଲେ ଜଷ୍ଟିସ ବି.ଆର୍. ଗବାଇ

ଶପଥ ନେଲେ ଜଷ୍ଟିସ ବି.ଆର୍. ଗବାଇ

ନୂଆଦିଲ୍ଲୀ: ଶପଥ ନେଲେ ସିଜେଆଇ । ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ୫୨ତମ ସୁପ୍ରିମକୋର୍ଟ  ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଗବାଇଙ୍କ କାଯ୍ୟକାଳ ୬ ମାସ ହେବ । ୨୩ ନଭେମ୍ବର ୨୦୨୫ ରେ ଅବସର ନେବେ ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିଥିବା ବେଳେ  ପ୍ରତିରକ୍ଷା ରାଜନାଥ ସିଂ ମଧ୍ୟ  ଉପସ୍ଥିତ ରହିଛନ୍ତି । ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଶେଷ କାର୍ଯ୍ୟ ଦିବସ ଥିଲା ।  ଆଇନଜୀବୀ ଓ ବିଚାପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଆଜି ଜଷ୍ଟିସ୍ ବିଆର ଗୱାଇ ପ୍ରଧାନ ବିଚାପତି ଭାବେ ଶପଥ ନେବେ । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking