30.1 C
Bhubaneswar
Sunday, February 8, 2026
Homeଓଡିଶାଜଷ୍ଟିସ ଅରିନ୍ଦମ ସିହ୍ନା ହେବେ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି

ଜଷ୍ଟିସ ଅରିନ୍ଦମ ସିହ୍ନା ହେବେ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି

କଟକ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଚଳିତମାସ ୧୯ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବେ । ଫଳରେ ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏହି ନିଯୁକ୍ତି ମିଳିବା ପରେ ଆଜି ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସୂଚନାଯୋଗ୍ୟ ୧୯୬୫ ସେପ୍େଟମ୍ବର ୨୨ରେ ଜନ୍ମିତ ଜଷ୍ଟିସ ସିହ୍ନା ୧୯୯୧ ମସିହା ମାର୍ଚ୍ଚ ମାସରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ। କୋଲାକାତା ହାଇକୋର୍ଟରେ ପ୍ରାୟ୨୨ବର୍ଷ ଧରି ଆଇନ ବ୍ୟବସାୟ କରିବା ପରେ ୨୦୧୩ ମସିହା ଅକ୍ଟୋବର ୩୦ତାରିଖରେ ତାଙ୍କୁ ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ମିଳିଥିଲା। ୨୦୧୬ ମାର୍ଚ୍ଚ ୧୪ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୨୧ ଅକ୍ଟୋବର ୮ତାରିଖରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking