ଭୁବନେଶ୍ୱର: ମନମୋହନଙ୍କ ବୟାନ ଉପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ପବନରୁ ତାଲିକା ଆଣିବେ, ଆକାଶରୁ ଫେରାଇବେ । ତାଙ୍କୁ ଲାଜ ନାହିଁ, ବର୍ଷେ ହେଲା ଫେରାଇବୁ କହୁଛନ୍ତି । ଖାଲି ବିଜେଡି ଓ କଂଗ୍ରେସ ନାଁରେ ଦୋଷାରୋପ କରୁଛ । ଟଙ୍କା ନଫେରାଇଲେ ତୁମକୁ ବି ପ୍ରତ୍ୟାଖ୍ୟାନ କରିବେ । ଅନ୍ୟପଟେ ଚିଟଫଣ୍ଡ କାଗଜପତ୍ର ମିଳୁନି କହିଲେ ମନମୋହନ ସାମଲ । ସଂକଳ୍ପ ପତ୍ର ଅନୁଯାଇ ଚିଟଫଣ୍ଡ ଟଙ୍କା ଫେରାଇବୁ । ପୂର୍ୱ ସରକାରର ସବୁ କଥା ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି । ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ ।









