33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶତାମିଲନାଡ଼ୁରେ ଜୁନିୟର୍ ପୁରୁଷ ବିଶ୍ୱକପ୍ ହକି

ତାମିଲନାଡ଼ୁରେ ଜୁନିୟର୍ ପୁରୁଷ ବିଶ୍ୱକପ୍ ହକି

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍ ଜୁନିୟର୍ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ ତାମିଲନାଡ଼ୁର ରାଜଧାନୀ ଚେନ୍ନାଇ ଓ ମଦୁରାଇରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ୍ ନଭେମ୍ବରୁ ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟ୍‌ରେ ୨୪ ଟିମ୍ ଭାଗନେବେ। ଭାରତରେ ଜୁନିୟର୍ ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହେବା ଏହା ତୃତୀୟ ଘଟଣା। ପୂର୍ବରୁ ୨୦୧୬ରେ ଲକ୍ଷ୍ନୌ ଏବଂ ୨୦୨୧ରେ ଭୁବନେଶ୍ୱରରେ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହୋଇସାରିଛି। ହକି ଇଣ୍ଡିଆ ସଭାପତି ଦିଲୀପ୍ ତିର୍କୀ କହିଛନ୍ତି, ଆଗାମୀ ଜୁନିୟର୍ ବିଶ୍ୱକପ୍ ଆୟୋଜନ କରିବା ହକି ଇଣ୍ଡିଆ ପାଇଁ ଗର୍ବର ବିଷୟ। ଚଳିତ ଥର ୨୪ ଟିମ୍ ଭାଗ ନେଉଥିବାରୁ ଟୁର୍ଣ୍ଣାମେଣ୍ଟ ଦୁଇଟି ସ୍ଥାନ ଚେନ୍ନାଇ ଓ ମଦୁରାଇରେ ଆୟୋଜିତ କରାଯାଉଛି। ଚେନ୍ନାଇରେ ୨୦୨୩ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଖେଳାଯାଇଥିବା ବେଳେ ମଦୁରାଇରେ ପ୍ରଥମ ଥର ପାଇଁ ଏପରି ସ୍ତରରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ହେବାକୁ ଯାଉଛି। ୨୦୨୧ରେ ଆର୍ଜେଣ୍ଟିନା ପୁରୁଷ ଜୁନିୟର୍ ବିଶ୍ୱକପ୍ ହକି ଟାଇଟଲ୍ ଜିତିଥିବା ବେଳେ ୨୦୨୩ରେ କ୍ୱାଲାଲାମ୍ପୁର୍‌ରେ ଅନୁଷ୍ଠିତ ଏହି ବୈଶ୍ୱିକ ଟୁର୍ଣ୍ଣାମେଣ୍ଟ୍‌ରେ ଜର୍ମାନୀ ବିଜୟୀ ହୋଇଥିଲା। ଭାରତ ସେମିଫାଇନାଲ୍ ଏବଂ ବ୍ରୋଞ୍ଜ ପଦକ ମ୍ୟାଚ୍ ହାରି ଚତୁର୍ଥ ସ୍ଥାନରେ ରହିଥିଲଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking